csstore

ସଂକଳ୍ପ ପରିବାରର ରକ୍ତ ସଂଗ୍ରହ ଅଭିଯାନ

ବରଗଡ଼, (ନିରୋଜ କୁମାର ପାଣୀ) : ବିଶ୍ୱ ମହାମାରୀ କାରୋନା ସମୟରେ ସାଧାରଣତଃ ସମସ୍ତ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖାଯାଉଛି । ଏଣୁ ରକ୍ତ ଅଭାବକୁ ଦୂର କରିବା ପାଇଁ ସଂକଳ୍ପ ପରିବାର ତରଫରୁ ରକ୍ତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି । ଆଜି ଏହି ରକ୍ତସଂଗ୍ରହ ଅଭିଯାନରେ ସାମିଲ ହୋଇଛନ୍ତି ଗର୍ଭନା ଗାଁର ଯୁବକ ଭାଇମାନେ । ସମାଜସେବୀ ଶ୍ରୀକାନ୍ତ ପଣ୍ଡାଙ୍କ ସହଯୋଗରେ ଆଜି ଗର୍ଭନା ଗାଁ ରେ ସଂକଳ୍ପ ପରିବାର ତରଫରୁ (ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ି ସାହାଯ୍ୟରେ) ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବରେ ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ, ସରପଞ୍ଚ ଶ୍ରୀମତୀ କୁନ୍ତୀ ସାହୁ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଦିଲୀପ ସାହୁ, ସୁବାସ ବାଦି, ମନୋଜ ପଧାନ ଯୋଗଦାନ କରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଦୁଇ ଜଣ ମହିଳା ରକ୍ତଦାତାଙ୍କ ସମେତ ମୋଟ ୩୦ ୟୁନିଟ ରକ୍ତ ବରଗଡ଼ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସାହାଯ୍ୟରେ ସଂଗ୍ରହ ହୋଇଥିଲା । ସଂକଳ୍ପ ପରିବାର ସଭାପତି ରୋହିତ ଜସ୍ୱାଲ ଓ ବିକାଶ ଅଗ୍ରୱାଲଙ୍କ ଦାୟିତ୍ୱରେ ଶିବିର ପରିଚାଳନା ହୋଇଥିବା ବେଳେ ଅନ୍ତର୍ଜାତୀୟ ପାର୍ବତାରୋହୀ ଲିପିକା ସେଠ, କୋଶଳ ସଂଗ୍ରାମୀ ଆକାଶ ପଣ୍ଡା, ସୁରେନ ଭୋଇ, ଆକାଶ ଅଗ୍ରୱାଲ, ଅକ୍ଷୟ ମିଶ୍ର ସମେତ ସଂକଳ୍ପ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତସଂଗ୍ରହରେ ସହଜଗ କରିଥିଲେ ।

jayashree
Leave A Reply

Your email address will not be published.