oom

୨ୟ ଦୀନବନ୍ଧୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା : ନୂଆଁପାଲିକୁ ହରାଇ ଦେଓଗାଁ ଚାମ୍ପିଅନ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ସ୍ଥିତ ଖେଳ ପଡ଼ିଆରେ ଗତ ୨୨ ତାରିଖରୁ ଆରମ୍ଭ ହୋଇଥିବା ୨ୟ ଦୀନବନ୍ଧୁ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଶୁକ୍ରବାର ଦିନ ଦେଓଗାଁ ଏବଂ ନୂଆଁପାଲି ଦଳ ଅନୁଷ୍ଠିତ ହୋଇଥିବା ଫାଇନାଲ ମ୍ୟାଚରେ ବିଜୟୀ ହୋଇ ଦେଓଗା ଚାମ୍ପିଅନ ହୋଇଥିବା ବେଳେ ନୂଆଁପାଲି ଦଳ ରନର୍ସଅଫ ହୋଇଥିଲା । ରମାକାନ୍ତ ସାହୁ ଏବଂ ଯୁଗେଶ୍ୱର ଘିବେଲା ଖେଳ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଶଶୀଭୂଷଣ ସାହୁ, ଏମ୍‌.ରାମପୁର ଅବକାରୀ ସବ୍‌ଇନ୍ସପେକ୍ଟର ଦେବାଶିଷ ସିରଦାର, ସମାଜସେବୀ ନରେନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ଏବିଇଓ ହେମସାଗର ଭୋଇ, ପୂର୍ବତନ ଶିକ୍ଷକ ତଥା ଖେଳାଳି ସଚ୍ଚିଦାନନ୍ଦ ଭୋଇ, ପୂର୍ବତନ ଶିକ୍ଷକ ଢୁଲିଆ ସାମଲ, ବୁଢ଼ାବାହାଲ ସିଆର୍‌ସିସି ଲବ ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ । ଆୟୋଜକ ଦଳର ଶୁଭେନ୍ଦୁ ଷାଣ୍ଢ, ମୁକେଶ ଭୋଇ, ପ୍ରହଲ୍ଲାଦ ଦଣ୍ଡସେନା, ବିଭୂତି ସାମଲ, ପପୁ ଭୋଇ, ରାକେଶ ଭୋଇ, ଝାଙ୍କର ଷାଣ୍ଢ, କୁଳମଣି ସାମଲ ପରିଚାଳନାରେ ସହଯୋଗ କରିଥିବା ବେଳେ ନୀଳକଣ୍ଠ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.