om academy

ନିଲମ୍ବିତ ଗୁଡଭେଲା ବିଡିଓଙ୍କୁ ନୂଆପଡା ଡେପୁଟି ଜିଲ୍ଲାପାଳ ଦାୟିତ୍ୱ : ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

jsm

ଗୁଡ଼ଭେଲା, (ଅଜିତ କୁମାର ସାହୁ) : ସ୍ପେସିଆଲ ଅଡିଡ ଟିମ୍‌କୁ ସହେଯାଗ କରିନଥିବାରୁ ନିଳମ୍ବିତ ହୋଇଥିବା ଗୁଡଭେଲା ବ୍ଳକର ପୂର୍ବତନ ବ୍ଳକ ବିଡିଓ ବିଜ୍ଞାନ କୁମ୍ଭାରଙ୍କ ନାମରେ ପ୍ରାୟ ଦୁଇ କୋଟିରୁ ଅଧିକ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ରହିଥିବା ବେଳେ ତାଙ୍କୁ କିପରି ରାଜ୍ୟ ସରକାର ନୂଆପଡା ଡେପୁଟି ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହାର ପ୍ରତିବାଦରେ ବୁଧବାର ଗୁଡଭେଲା ବ୍ଳକ ଅଧ୍ୟକ୍ଷ  ଅଶୋକ ଦୋରାଙ୍କ ନେତ୍ୱତ୍ୱରେ ବ୍ଳକର ପ୍ରାୟ ସରପଂଚ ଓ ସମିତି ସଭ୍ୟଙ୍‌ଙ୍କ ଉପସ୍ଥିତିରେ ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ରରେ ଦର୍ଶାଇଛନ୍ତି ଯେ, ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଭୂବନେଶ୍ୱରରୁ ସ୍ପେସିଆଲ ଅଡିଟ ଟିମ୍‌ଙ୍କୁ ଜାଣିଶୁଣି ସହଯୋଗ କରି ନଥିବାରୁ ଓଡିଶା ସରକାରଙ୍କ ପଂଚାୟତି ରାଜ ଓ ପାନୀୟ ଜଳ ବିଭାଗଙ୍କ ପତ୍ର ସଂଖ୍ୟା ୧୫୯୨୮/ତା ୨୫-୮-୧୮ ରିଖରେ ଗୁଡଭେଲା ବ୍ଲକ ବିଡିଓ ବିଜ୍ଞାନ କୁମ୍ଭାରଙ୍କୁ  ନିଲମ୍ବିତ କରିଥିଲେ । ଏପରିକି ଭୂବନେଶ୍ୱରରୁ ଏକ ଚାରି ଜଣିଆ ସ୍ପେସିଆଲ ଅଡିଟ ଟିମ ବଲାଙ୍ଗିର ଜିଲା ଗୁଡଭେଲା କାର୍ୟ୍ୟାଳୟରେ  ପହଂଚିଥିଲେ । କିନ୍ତୁ ବିଡିଓ କିଛି କାଗଜ ପତ୍ର ଦେଇ ନଥିବାରୁ ଶେଷରେ ଅଡିଟ ଟିମ ନିରାଶ ହୋଇ ଫେରି ଯାଇଥିଲେ । ଏହାପରେ ଓଡିଶା ସରକାରଙ୍କ ପଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିଡିଓଙ୍କୁ ନିଲମ୍ବିତ କରିବା ସହ ବଲାଙ୍ଗିର ଡିଆରଡିଏ ପିଡିଙ୍କ କାର୍ୟ୍ୟାଳୟକୁ ଆସିବା ସହ ନଜଣାଇ ଜିଲ୍ଲା ବାହରକୁ ଯିବା ପାଇଁ ମନା କରାଯାଇଥିବା ନିର୍ଦ୍ଦେଶ ରହିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ଜିଳ୍ଳାର ୧୩ ଗୋଟି ବ୍ଳକର୨୦୧୬-୧୭ ଆର୍ଥିକ ବର୍ଷର  ଅଡ଼ିଟ ସରିଯାଇଥିବା ବେଳେ ଗୁଡ଼ଭେଲା ବ୍ଳକର ଅଡ଼ିଟ ହୋଇ ପାରିନାହିଁ । ଏପରିକି ଜିଲ୍ଲା ଅଡ଼ିଟ ଅଫିସରଙ୍କ ପତ୍ର ସଂଖ୍ୟା ୧୧୧୧ ତାରିଖ ୧୬/୦୩/୨୦୧୮ରେ ବଳାଙ୍ଗିର ଜିଳ୍ଳାପାଳଙ୍କୁ ଦେଇଥିବା ତଥ୍ୟ ଅନୁସାରେ ୬ ଥର ଅଡ଼ିଟ ପାଇଁ ବ୍ଳକ ବିଡ଼ିଓଙ୍କୁ ଜଣେଇଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଘୁଂଚାଇ ଦେଇଥିବା ଦର୍ଶାଇଥିଲେ । ଏନେଇ ବ୍ଳକ ଅଧ୍ୟକ୍ଷ ଶ୍ରୀ ଦୋରା କହନ୍ତି ଯେ, ଏବେ ପର୍ୟ୍ୟନ୍ତ ଅଡିଟ ରିପୋର୍ଟ ଆସି ନଥିବା ବେଳେ ଏକ ଦୁନିର୍ତୀଗ୍ରସ୍ତ ଅଧିକାରୀଙ୍କୁ ସରକାର ଏପରି ଦାୟିତ୍ୱ ଦେବା ଦୁଖର କଥା । । ଏନେଇ ପୂର୍ବତନ ବିଡିଓ ଶ୍ରୀ କୁମ୍ଭାରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିବାରୁ ତାଙ୍କର ମତାମତ ନିଆ ଯାଇପରି ନଥିଲା । ଏହି ଦାବୀପତ୍ର ପ୍ରଦାନ ବେଳେ ବ୍ଳକ ଉପାଧ୍ୟକ୍ଷ ନଳିନୀ ସେଠ, ସରପଂଚ ସଂଘର ସଭାନେତ୍ରୀ ସବିତା ବେହେରା, ସମିତିସଭ୍ୟ ଟୁକୁ ପାଣୀଗ୍ରାହୀ, ଚିତ୍ରସେନ ଭୋଇ, ତାପସିନୀ ମଲ୍ଲିକ, ଗୀତାଞ୍ଜଳି ଭୋଇ, ସନ୍ତୋଷିନୀ ଭୋଇ, ସରପଂଚ ହେମ ମାଝୀ, ଜୟଶ୍ରୀ ଭୋଇ, ଗୋପାଳ ଭୋଇ, ରବିନ୍ଦ୍ର ପ୍ରଧାନ, ସରୋଜ ମଲ୍ଲିକ, ରାଜେଶ୍ୱର ମାଝୀ ଆଦି ଉପସ୍ଥିତ ଥିଲେ ।

Leave A Reply

Your email address will not be published.