ଇଞ୍ଜେକ୍ସନ୍‌ ପାଇଁ ହଇରାଣ ହେଉଛନ୍ତି ପ୍ରସୂତି ମହିଳା

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ମୁରିବାହାଲ ଗାଁର ପ୍ରସୂତି ମହିଳାମାନେ ଇଞ୍ଜେକସନ୍‌ ପାଇଁ ହଇରାଣ ହେଉଥିବା ଅଭିଯୋଗ ଜଣାଇଛନ୍ତି । ଏନେଇ ଗର୍ଭବତୀ ମହିଳାମାନଙ୍କ ସୁବିଧା ପାଇଁ ସରକାର ଜନନୀ ସୁରକ୍ଷା ଯୋଜନା ମାଧ୍ୟମରେ ଅନେକ ସୁବିଧା ସୁଯୋଗ ଯୋଗାଇ ଦିଆଯାଉବା ବେଳେ ଚାରପାଣିରୁ ମୁରିବାହାଲକୁ ଯିବା ଆସିବା ପାଇଁ ରାସ୍ତା ଅତିଶୋଚନିୟ ଅବସ୍ଥାରେ ରହିଥିବା ଯୋଗୁଁ ଗର୍ଭବତୀ ମହିଳାମାନଙ୍କୁ ଯିବାଆସିବାରେ କଷ୍ଟ ଉପୁଜୁଥିବା ଆଣିଛନ୍ତି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅପହଞ୍ଚ ଗ୍ରାମ ଗୁଡ଼ିକୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଅନେକ ଜାଗାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରମାନ ପ୍ରତିଷ୍ଠା କରାଯାଇଛି । ଗର୍ଭବତୀ ମହିଳାମାନଙ୍କ ସୁବିଧା ପାଇଁ ଅଙ୍ଗନୱାଡି କେନ୍ଦ୍ର ଜରିଆରେ ତାଙ୍କୁ ଗର୍ଭବତୀ ଥିବା ସମୟରେ କିଭଳି ଶିଶୁ ଯତ୍ନ ନିଆଯିବ ସେ ନେଇ ସଚେତନ ମଧ୍ୟ କରାଯାଉଛି । କିନ୍ତୁ ଅନେକ ସମୟରେ ଦେଖିବାକୁ ମିଳିଛି ଯେ, ସରକାରଙ୍କ ଅନେକ ଯୋଜନା ପରେ ମଧ୍ୟ ଉପାନ୍ତ ଅଞ୍ଚଳରେ ଗର୍ଭବତୀ ମହିଳାମାନେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଗର୍ଭବତୀ ମହିଳାମାନେ ଇଞ୍ଜେକ୍ସନ ନେବା ପାଇଁ ଚାରପାଣି ଗ୍ରାମରୁ ମୁରିବାହାଲ ଗ୍ରାମକୁ ଯିବାକୁ ପଡୁଛି । ଅଙ୍ଗନୱାଡ଼ିଙ୍କ କହିବା ଅନୁଯାୟୀ ଏହି ଇଞ୍ଜେକ୍ସନ୍‌ ଆଗରୁ ଚାରପାଣି ଗ୍ରାମରେ ଆସିକି ଦିଆଯାଉଥିଲା ହେଲେ ଏକ ବର୍ଷ ହେଲା ଏହି ଇଞ୍ଜେକ୍ସନ୍‌ ନେବା ପାଇଁ ମୁରିବାହାଲ ଗ୍ରାମକୁ ଯିବାକୁ ପଡୁଛି । ଚାରପାଣିରୁ ମୁରିବାହାଲ ଯିବା ପାଇଁ ରାସ୍ତା ଅତି ଖରାପ ହୋଇଥିବାରୁ ଗର୍ଭବତୀ ମହିଳାମାନଙ୍କ ଯିବା ଆସିବାରେ ବହୁତ୍ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନେକ ସମୟରେ ସେହି ରାସ୍ତାରେ ଯିବା ଆସିବା ସମୟରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି । ଫଳରେ ଗର୍ଭବତୀ ମହିଳାମାନଙ୍କୁ ଚାରପାଣି ଗ୍ରାମରେ ଇଞ୍ଜେକ୍ସନ୍‌ ଦେବାର ବ୍ୟବସ୍ଥା କରାଯାଉ ବୋଲି ଦାବି କରାଯାଉଛି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଗୋଚର କରାଯାଉ ବୋଲି ଜନସାଧାରଣଙ୍କ ଅଭିଯୋଗ ଜଣାଇଛନ୍ତି ।

Leave A Reply

Your email address will not be published.