ବରିଷ୍ଠ ନାଗରିକଙ୍କୁ ପରିଚୟ ପ୍ରଦାନ କରିବା ନିମନ୍ତେ ଗଞ୍ଜାମ ଏସ୍‌ପିଙ୍କୁ ସ୍ମାରକପତ୍ର ପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ତଥା ଯୁବ କାଉନସିଲର ଦେବାଶିଷ ମିଶ୍ର ଓ ଟ୍ରଷ୍ଟର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକଙ୍କ ସମେତ ଅନ୍ୟଜ୍ଞାନୀ ଗୁଣୀମାନଙ୍କୁ ନେଇ ଗଠିତ ହୋଇଥିବା ଜଣାଯାଇଛି । ଗତ ଶନିବାର ଦିନ ଏହି ସଂଗଠନର ଦୁଇ ମୁଖପାତ୍ର ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାୟଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହି ଟ୍ରଷ୍ଟର ଶୁଭାରମ୍ଭ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇ ଆନୁଷ୍ଠାନିକ ସହଯୋଗ କମନା କରିଛନ୍ତି । ଏହି ଅବସରରେ ଛତ୍ରପୁର ଏନଏସି ଅନ୍ତର୍ଗତ ୯ନମ୍ବର ୱାର୍ଡ ଓ ୧୦ନମ୍ବର ୱାର୍ଡରେ ରହିଥିବା ଅସହାୟ ବରିଷ୍ଠ ନାଗରିକମାନଙ୍କୁ ଚିହ୍ନଟ କରି ପୋଲିସ ପକ୍ଷରୁ ସେମାନଙ୍କୁ ବିଭିନ୍ନ ସେବା ସୁବିଧା ପ୍ରଦାନ କରିବା ନିମନ୍ତେ ଗଞ୍ଜାମ ଏସ୍‌ପିଙ୍କୁ ଅନୁରୋଧ କରିଛନ୍ତି । ଏହା ସାଂଗକୁ ଛତ୍ରପୁର ଥାନା ପକ୍ଷରୁ ବରିଷ୍ଠ ନାଗରିକ ପରିଚୟ ପ୍ରଦାନ କରିବା ନିମନ୍ତେ ଗଞ୍ଜାମ ଏସ୍‌ପିଙ୍କୁ ଏହି ସାକ୍ଷାତରେ ମୁଖପାତ୍ର ଦ୍ୱୟ କହିଛନ୍ତି । ଛତ୍ରପୁରର ଯୁବ ସାମ୍ବାଦିକ ସରୋଜ କୁମାର ସାମଲ ଏବଂ ପ୍ରେସ୍‌ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା ଏବଂ ଟ୍ରଷ୍ଟର ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.