ବଲାଙ୍ଗିରର ପ୍ରଥମ ପ୍ଲାଜମା ଡୋନର ହେଲେ ଦୀପକ ବାଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ପ୍ରଥମ ପ୍ଲାଜମା ଡୋନର ଭାବେ ସ୍ଥାନୀୟ ରୁଗୁଡିପଡା ବାସିନ୍ଦା ଦୀପକ କୁମାର ବାଗ ଆଜି ତାଙ୍କର ବ୍ଲଡ ପ୍ଲାଜମା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲାଠାରେ ଦାନ କରିଛନ୍ତି । କିଛି ମାସ ପୁର୍ବେ ଦୀପକ ନିଜେ ଏହି ମାହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଆଜି ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ପ୍ଲାଜମା ଅନ୍ୟ କରୋନା ରୋଗୀଙ୍କ ପାଇଁ ଜୀବନଦାନ ପ୍ରମାଣିତ ହେବ । ତେବେ ସାରା ଜିଲ୍ଲାରେ ପ୍ଲାଜମା ଦାନ କରିଥିବା ସେ ପ୍ରଥମ ବ୍ୟକ୍ତି । ଏହି ଖବର ଆସିବା ପରେ ସହର ତଥା ଜିଲ୍ଲାବାସୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ତଥା ଅନ୍ୟ ବରିଷ୍ଠ ବିଶିଷ୍ଟ ବ୍ୟକ୍ତିମାନେ ଦୀପକଙ୍କୁ ସାଧୁବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, କୋରୋନା ମାହାମାରୀ ସାରା ବିଶ୍ୱରେ ବ୍ୟପିଛି । ଏପର୍ଯ୍ୟନ୍ତ ଏହାର ଚିକିତ୍ସା ପାଇଁ କୌଣସି ସଠିକ୍‌ ଔଷଧ ବା ଭ୍ୟାକସିନ ସାଧାରଣରେ ଉପଲବ୍ଧ ହୋଇ ପାରି ନଥିବା ବେଳେ ଚିକତ୍ସା ବିଜ୍ଞାନ ବର୍ତ୍ତମାନ ପାଇଁ ପ୍ଲାଜମା ଥେରାପିକୁ ଏହି ମହାମରୀର ନିରାକରଣ ପାଇଁ ଉପେଯାଗ କରୁଛି । କରୋନା ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି ନିଜର ବ୍ଲଡ ପ୍ଲାଜମା ଦାନ କରନ୍ତି । କରୋନା ରୋଗ ସହ ଲଢେଇ ସମୟରେ ଉକ୍ତ ରୋଗୀଙ୍କ ରକ୍ତରେ କରୋନା ରୋଗ ସହ ଲଢେଇ କରିବା ପାଇଁ ଆଂଟିବଡିଜ୍‌ ନିର୍ମତ ହୁଏ । ଏହି ଆଂଟିବଡିଜ୍‌ ରୋଗୀ ଦେହରେ କରୋନା ସଂକ୍ରମଣକୁ ରୋକିବାରେ ସହାୟକ ହୁଏ । ତେବେ ଏଭଳି ରୋଗୀ ସୁସ୍ଥ ହେଲା ପରେ ତାଙ୍କଠୁ ସଂଗୃହୀତ ବ୍ଲଡ ପ୍ଲାଜମା ମାଧ୍ୟମରେ ଏହି ଆଂଟିବଡିଜ୍‌ ଅନ୍ୟ ରୋଗୀଙ୍କୁ ଦିଆଯାଇଥାଏ । ଫଳରେ ଏହି ଆଂଟିବଡିଜ୍‌ ଦ୍ୱାରା ସଂପୃକ୍ତ ରୋଗୀଙ୍କୁ ମଧ୍ୟ କରୋନା ରୋଗ ସହିତ ଲଢିବା ପାଇଁ ସହାୟକ ହୋଇଥାଏ । ଶେଷରେ କରୋନା ଆକ୍ରନ୍ତ କରୋନାରୁ ହିଁ ମୁକ୍ତି ପାଏ ।

Leave A Reply

Your email address will not be published.