ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍‌ ପାର୍ଟନର୍‌ ବରୁଣ ମାଥୁରଙ୍କୁ ଇଡ଼ି ପକ୍ଷରୁ ନୋଟିସ୍‌

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ବଲିଉଡ଼୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବିଜନେସ୍‌ ପାର୍ଟନର୍‌ ବରୁଣ ମାଥୁରଙ୍କୁ ମନି ଲେଡ଼ିଂ ମାମଲାର ଯାଂଚ ପାଇଁ ନୋଟିସ୍‌ ଦେଇଥିବା ଜଣାପଡ଼ିଛି । ତେବେ ଇଡ଼ିର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ବରୁଣ ମାଥୁରଙ୍କ ଫାର୍ମରେ ସୁଶାନ୍ତ କେଉଁଭଳି ନିବେଶ କରିଥିଲେ, ତାହା ଜାଣିବାକୁ ଚାହିଁଛି ଆର୍ଥିକ ଯାଂଚ ଏଜେନ୍ସି । ତେବେ ଇଡ଼ି ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ପ୍ରେମିକା ରିୟା, ତାଙ୍କ ଭାଇ ସୋବିକ, ପିତା ଇନ୍ଦ୍ରଜିତ, ସୁଶାନ୍ତଙ୍କ ପୂର୍ବ ପ୍ରବନ୍ଧକ ଶ୍ରୁତି ମେଦୀ, ତାଙ୍କ ଫ୍ଲାଟ୍‌ମେଟ୍‌ ସିଦ୍ଧାର୍ଥ ପିଠାନୀ ଏବଂ ଅନ୍ୟମାନଙ୍କ ବୟାନ ରେକଡର଼୍ କରି ସାରିଛି ।

Leave A Reply

Your email address will not be published.