ପୂର୍ବତନ ଏସପି ବିବେକ ରଥଙ୍କ ପିତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଏସପି ବିବେକ କୁମାର ରଥଙ୍କ ବାପା କୃଷ୍ଣଚନ୍ଦ୍ର ରଥଙ୍କ ୧୦୧ ବର୍ଷ ବୟସରେ ତାଙ୍କ ତ୍‌ୁଳସୀନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ରଥ ଦୀର୍ଘ ବର୍ଷ ଧରି ପୋଲିସ ବିଭାଗରେ କାମ କରିବା ପରେ ଡିଏସଆଇ ଭାବେ ଅବସର ଗ୍ରହଣ କରିଥିଲେ । ସ୍ୱର୍ଗତ ରଥ କୌଣସି ରୋଗରେ ପୀଡିତ ନଥିଲେ, କେବଳ ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ଅବସର ପରେ ସ୍ୱର୍ଗତ ରଥ ବିଭିନ୍ନ ପ୍ରକାର ସାମାଜିକ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ କରି ରଖିଥିଲେ । ସ୍ୱର୍ଗତ ରଥଙ୍କ ମୃତ୍ୟୁ ଶଯ୍ୟାରେ ତାଙ୍କର ଏକମାତ୍ର ଝିଅ ବିଦ୍ୟୁତଲତା, ପୁଅ ଅବସରପ୍ରାପ୍ତ ଏସପି ବିବେକ, ବିଜୟ, ବୋହୁ ରଚନା, ସୁଷମା, ନାତି ବିଜନ ଓ ନାତୁଣୀ ଚୁଟକି ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗତ ରଥଙ୍କ ଶେଷକୃତ୍ୟ ସ୍ଥାନୀୟ ବିଭୂତିପଡା ଶ୍ମଶାନରେ ଅନୁଷ୍ଠିତ ହୋଇଥିଲା । ତାଙ୍କ ମୃତ୍ୟୁରେ ସମଗ୍ର ବଲାଙ୍ଗିରରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.