om academy

ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍, ଜଣେ ମୃତ ୨୨ ଆହତ

jsm

ସମ୍ୱଲପୁର : ସମ୍ୱଲପୁର ଠେଲକୋଇ ଥାନା ଖିଣ୍ଡା ଛକ ନିକଟରେ ଟ୍ରକ୍‌କୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଏବଂ ଝାରସୁଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ମହାଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍ ଝାରସୁଗୁଡ଼ାରୁ ସମ୍ଵଲପୁର ଅଭିମୁଖେ ଆସୁଥିଲା । ଏତିକି ବେଳେ ଠେଲକୋଇ ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ବୁର୍ଲା ଓ ଝାରସୁଗୁଡା ଦୁଇଟି ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଜଣଙ୍କର ଗୋଡ କଟି ଲାଗି ରହିଥିବା ବେଳେ ଗ୍ୟାସ୍ କଟର ସାହାଯ୍ୟରେ କାଟି ବାହାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave A Reply

Your email address will not be published.