ଟିଟିଲାଗଡ଼ରେ ଫୁଟିଲା ପଦ୍ମ : ଜିତିଲେ ନବୀନ ଜୈନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପଦ୍ମ ଫୁଟିଲା ଟିଟିଲାଗଡ଼ରେ । ଟୁକୁନିଙ୍କ ଗଡ଼ ଭାଂଗିଲା । ବାଜିଲା ନାହିିଁ ଶଂଖ । ବିଜେପି ପ୍ରାର୍ଥୀ ନବୀନ ଜୈନ ୧୭୩୯୯ ଭୋଟ୍‌ରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳିରେ ବିଜୟ ଲାଭ କରିଛନ୍ତି । ବିଜେଡ଼ ପ୍ରାର୍ଥୀ ଟୁକୁନି ସାହୁ ୮୦୪୫୫ ଭୋଟ ପାଇଛନ୍ତି । ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରବଳ ବିଜେପି ଟ୍ରେଣ୍ଡ ଦେଖିବାକୁ ମିଳିଥିବା ବେଳେ ଏହାର ପ୍ରଭାବ ଟିଟିଲାଗଡ଼ରେ ମଧ୍ୟ ଦେଖିବାକୁ ମିଳିଛି । ଟୁକୁନିଙ୍କୁ ପଛରେ ପକାଇ ଟିଟିଲାଗଡ଼ ଏମ୍‌ଏଲ୍‌ଏ ଆସନ ସାଉଁଟି ନେଇଛନ୍ତି ବିଜେପି ପ୍ରାର୍ଥୀ ନବୀନ ଜୈନ ।

Leave A Reply

Your email address will not be published.