jayashree

ଗଞ୍ଜାମ ମହାବିଦ୍ୟାଳୟର ରସାୟନ ବିଭାଗର ପାଠଚକ୍ର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ମହାବିଦ୍ୟାଳୟର ରସାୟନ ବିଭାଗର ଏକ ପାଠଚକ୍ର ଅଡିଟୋରିୟମ ହଲ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼ଃ.ପ୍ରବୀଣ କୁମାର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଡ଼ଃ.ସନ୍ତୋଷ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ “ମଲିକୁଲାର ସ୍ପେଟ୍ରୋସ୍କୋପି” ବିଷୟରେ ଆଲୋକପାତ କରିଥିଲେ । ପ୍ରାଧ୍ୟାପକ ପୁରୁଷୋତ୍ତମ ସାହୁ, ଡ଼ଃ.ଦୁର୍ଗାପ୍ରସାଦ ଦାଶ ପ୍ରମୁଖ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତ ଉପସ୍ଥାପନ କରିଥିଲେ । ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପିକା ଡ଼ଃ.ସ୍ଵର୍ଣ୍ଣମୟୀ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷ ବର୍ଷର ଛାତ୍ରୀ ସୁଭଦ୍ରା ପ୍ରିୟଦର୍ଶିନୀ ଓ ଦ୍ୱିତୀୟ ବର୍ଷର ଛାତ୍ର ସ୍ୱାଧୀନ ଡାକୁଆ ନିଜ ନିଜର ସନ୍ଧର୍ବ ଉପସ୍ଥାପନ କରିଥିଲେ । ଅଧ୍ୟାପକ ନିଗମ କୁମାର ସ୍ୱାଇଁ ଓ ରୋହିତ କୁମାର ସାହୁ ପାଠଚକ୍ର ସୁପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ତୃତୀୟ ବର୍ଷର ଛାତ୍ର ସୈମ୍ୟରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.