centurian jitm

ବେଆଇନ ଅସୁଲିରେ ପରିବା ବିକାଳୀ ଓ ଗ୍ରାହକ ଅସନ୍ତୁଷ୍ଟ

nschool

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେରସ୍ଥ ଡେରା ଖଣି ଅଞ୍ଚଳରେ ଡେରା ପଞ୍ଚାୟତ ଦ୍ୱାରା ଚଢା ଦରରେ ଟିକସ ଅସୁଲି ଦ୍ୱାରା ରାସ୍ତାକଡ଼ରେ ବେପାର କରୁଥିବା ପରିବା ଓ ଫଳ ଦୋକାନୀ ସମୂହ ଅତିଷ୍ଟ ହେବା ସହିତ କଲୋନୀ ବାସିନ୍ଦା ଚଢା ଦରରେ ନିତ୍ୟ ବ୍ୟବହୃତ ପନିପରିବା କିଣିବା ନିମନ୍ତେ ବାଧ୍ୟ ହେଉଥିବା ପରିଲକ୍ଷିତ ହେଉଛି । ଆଖ ପାଖରେ ଖଣି ଅଞ୍ଚଳ ପରିବା ମାର୍କେଟ ଯଥା ବଲଣ୍ଡା, ଭାରତପୁରଠାରେ ପନିପରିବା ଡେରା ମାର୍କେଟଠାରୁ ଉଚିତ୍‌ ମୂଲ୍ୟରେ ମିଳୁଥିବା ବେଳେ ଡେରା ପରିବା ବିକାଳୀ କାହିଁକି ଏତେ ଚଢା ଦରରେ ବିକ୍ରୀ କରୁଥିବା ବିଷୟ ନେଇ ଆମ ପ୍ରତିନିଧି ଡେରା ସରପଞ୍ଚଙ୍କୁ ବୁଝିବାରୁ ଜଣାପଡିଲା ଯେ, ବଜାର ଟିକସ ନିଲାମୀ ଏ ବର୍ଷ ପନ୍ଦର ଲକ୍ଷରେ ହୋଇଛି ଏବଂ ଏହା ଦ୍ୱାରା ନିଲାମ ନେଇଥିବା ବ୍ୟକ୍ତି ନିଲାମୀରାଶି ପୈଠ କରିବା ଦ୍ୱାରା ଏଭଳି ସ୍ଥିତି ଉପୁଜୁଛି ଯଦିଓ ଡେରା ମାର୍କେଟ ନ୍ୟାୟତଃ ତିନି କିମ୍ବା ଚାରି ଲକ୍ଷରେ ଯିବା କଥା । ଏଣୁ ଏହା ଦ୍ୱାରା ଜଣାଯାଉଛି ଯେ ପରୋକ୍ଷରେ ପଞ୍ଚାୟତ ଦ୍ୱାରା ଏହି ଟିକସ ଆଦାୟ ହେଉଅଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଅନ୍ୟାନ୍ୟ ପଞ୍ଚାୟତରେ ଟିକସ ଆଦାୟ ପଞ୍ଚାୟତ ସମିତି କାର୍ଯ୍ୟକର୍ତ୍ତା କରୁଥିବାରୁ ବେପାର ମୁତାବକ ଟିକସ ଧାର୍ଯ୍ୟ କରି ପଞ୍ଚାୟତ ଟିକସ ପଇସା ଆଦାୟ କରୁଥିବାରୁ, ବେପାରୀ ଓ ଗ୍ରାହକ ଉପରେ ଦରବୃଦ୍ଧିର ବିଶେଷ ପ୍ରଭାବ ପଡ଼ୁ ନଥିବାରୁ ଉଭୟ ବେପାରୀ ଓ ଗ୍ରାହକ ଉଚିତ ମୂଲ୍ୟରେ ଖାଉଟି ଜିନିଷ ପାଇ ପାରୁଛନ୍ତି । ତା’ଛଡା ଡେରା ଖଣି ଅଞ୍ଚଳ । ଏହା ଖଣି କତ୍ତୃପକ୍ଷଙ୍କ ନିଜସ୍ୱ ଜାଗା । ଏଠାରେ ପାଞ୍ଚୟତର କୌଣସି କତୃତ୍ୱ ନଥିବା ସତ୍ୱେ ଡେରା ପଞ୍ଚାୟତ କେଉଁ ଭଳି ଭାବେ ଟିକସ ଆଦାୟ କରୁଛି ଏହା ମଧ୍ୟ ସର୍ବସାଧାରଣରେ ଶୁଣିବାକୁ ମିଳୁଛି । ଏଣୁ ସ୍ଥାନୀୟ ପ୍ରସାଶନ ଏହାକୁ ଦୃଷ୍ଟି ଦେବାକୁ ସ୍ଥାନୀୟ ଖାଉଟି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.