pakka

ଜରାସିଂହା ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଏଚ.ଆଇ.ଭି, ଟି.ବି ଓ ରକ୍ତଦାନ ସଚେତନତା କାର୍ଯ୍ୟକ୍ରମ

kalikesh

ଦେଓଗାଁ, (ମନୀଷ କୁମାର ସାହୁ) : ଆଜାଦି କା ମହୋତ୍ସବ ପରିପ୍ରେକ୍ଷୀରେ ଦେଓଗାଁ ବ୍ଲକ ଜରାସିଂହା ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରେଡ ରୀବନ କ୍ଳବ ଆନୁକୂଲ୍ୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ଗଣମାଧ୍ୟମ ଅଭିଯାନ କାର୍ଯ୍ୟକ୍ରମରେ ଛାତ୍ରୀ ସରିତା ମେହେର ଓ ଲିଲି ମେହେର, ପ୍ରଚାର ଫର୍ଦ ତିଆରିରେ ସୁନିତା ମେହେର, ତର୍କରେ ଶ୍ରଦ୍ଧାଞ୍ଜଳି ତରିଆ, ପ୍ରାଚୀର ଚିତ୍ରାଙ୍କନରେ ସାଇଲଷ୍ମୀ ପୁଟେଲ, ରେଡରୀବନ କୁଇଜରେ କାର୍ତ୍ତିକ ମେହେର ଓ ଗିରିଜା ଶଙ୍କର ଥନାପତି, ମାସ୍କ ତିଆରିରେ ସ୍ୱପ୍ନା ମହାନନ୍ଦ, ଗଳ୍ପ ଲିଖନରେ ଜସମା ପଧାନ, ଗୋଷ୍ଠୀ ଆଲୋଚନାରେ ସିଦ୍ଧାର୍ଥ ଜୈନ ଓ ଆକାଶ ସାହୁ, ଆର.ଆର.ସି ଟକରେ ଉର୍ମିଳା ମହାନନ୍ଦ ଓ ସୁନେନା ମେହେର, ଫେ୍ସ ପେଣ୍ଟିଙ୍ଗରେ ପ୍ରଜ୍ଞାମୟୀ ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ରେଡରୀବନ କ୍ଳବ କାଉନସେଲର ଦୁର୍ବାଦଳ ଘିବେଲା ପରିଚାଳନା କରିଥିବା ବେଳେ ଅଧକ୍ଷ ବସନ୍ତ ମନହୀରା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅଧ୍ୟାପକ ରଞ୍ଜନ ପାଣିଗ୍ରାହୀ, ଗୋବିନ୍ଦ ମେହେର, ଅଚୁତରାମ ମେହେର, ଖେଳ ଶିକ୍ଷକ ପ୍ରଶାନ୍ତ ଥନାପତି ସହ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

three × 3 =