om academy

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ ଅଧିକାରୀ

jsm

ଭବାନୀପାଟଣା, (ନିକୁଞ୍ଜ ଚଲାନ) : ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପଞ୍ଚାୟତ ଅଧିକାରୀ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ ଅନ୍ତର୍ଗତ କାଣିଗୁମା ପଞ୍ଚାୟତରେ କାର୍ଯ୍ୟରତ ପିଇଓ ସନ୍ୟାସୀ ନାଏକ, ନେହେଲା ଗାଁର ସୁରେନ୍ଦ୍ର ନାଏକଙ୍କ ଠାରୁ ବିଲ୍‌ କରାଇ ଦେବା ପାଇଁ ୧୦ ହଜାର ଟଙ୍କା ଆଜି ଭବାନୀପାଟଣା ସହରର ରାମନଗର ପଡ଼ାରେ ନେଉଥିବା ବେଳେ ଭିଜିଲାନ୍ସ ଚଢାଉ କରି ତାଙ୍କ ଠାରୁ ରଙ୍ଗବୋଳା ଟଙ୍କା ଜବତ କରିବା ସହ ଲାଞ୍ଚୁଆ ପିଇଓ ସନ୍ୟାସୀ ନାଏକଙ୍କୁ ଗିରଫ କରିଛି । ଲାଞ୍ଜିଗଡରେ ଥିବା ନିଜସ୍ଵ ଘର, ଭବାନୀପାଟଣା ଜଳେଶ୍ଵର ମନ୍ଦିରପଡ଼ାରେ ଥିବା ଦୁଇ ମହଲା କୋଠା ସମେତ ଲାଞ୍ଚୁଆ ପିଇଓଙ୍କ ପଞ୍ଚାୟତ କାର୍ଯ୍ୟଳୟରେ ଭିଜିଲାନ୍ସ ବିଭାଗ ଚଢାଉ କରିବା ପରେ ପିଇଓ ଜଣକ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଥିବା ଆଲୋଚନା ହେଉଛି । ଏହି ପିଇଓ ଜଣକ ବିଭିନ୍ନ ସମୟରେ ଆବାସ ଯୋଜନାରେ ଘର କରାଇଦେବା ସହ ମନରେଗା ଯୋଜନାର ବିଲ୍‌ କରାଇଦେବା ପାଇଁ ଲାଞ୍ଚ ନେଉଥିବା ନେଇ ପୂର୍ବରୁ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିବା ମଧ୍ୟ କୁହାଯାଉଛି । ସେପଟେ ବର୍ତ୍ତମାନ ୩ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢାଉ ଚାଲିଥିବା ବେଳେ, ଚଢାଉ ପରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।

Leave A Reply

Your email address will not be published.