oom

ବନବିଭାଗ ପକ୍ଷରୁ ପକ୍ଷୀ ଗଣନା : ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ୯୭୦୦ ପକ୍ଷୀ ବୃଦ୍ଧି

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଡିଭିଜନର ବିଭିନ୍ନ ରେଞ୍ଜ ଅଞ୍ଚଳରେ ପକ୍ଷୀ ଗଣନା ୧୫ ତାରିଖରେ ଶେଷ ହୋଇଯାଇଛି । ସୂଚନା ଅନୁସାରେ ଗତ ବର୍ଷ ୨୪ ହଜାର ୨୯୮ଟି ପକ୍ଷୀ ଗଣନା ହୋଇଥିବା ବେଳେ ଚଳିତ ବର୍ଷ ୩୩ ହଜାର ୯୯୮ଟି ବିଭିନ୍ନ ପ୍ରଜାତିର ପକ୍ଷୀ ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ୯ ହଜାର ୭ ଶହ ଅଧିକ ପକ୍ଷୀ ଅଧିକ ରହିଥିବା ଡିଏଫ୍‌ ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି । ଡିଏଫ୍‌ଓ ଶ୍ରୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପକ୍ଷୀ ଗଣନା ନିମନ୍ତେ ବ୍ରହ୍ମପୁର ରେଞ୍ଜ ଅଞ୍ଚଳରେ ୧୨ଟି ଟିମ ଗଠନ କରାଯାଇ ବିଭିନ୍ନ ଜଳାଶୟରୁ ୮୭ ପ୍ରଜାତିର ୨୧୧୧୦ଟି ପକ୍ଷୀ, ଖଲ୍ଲିକୋଟ ରେଞ୍ଜ ଅଞ୍ଚଳରେ ୧୫ ଟିମ୍‌ଗଠନ କରାଯାଇଥିବା ବେଳେ ୬୦ ପ୍ରଜାତିର ୮୫୦୭ଟି ପକ୍ଷୀ, ସାମନ୍ତିଆ ପଲ୍ଲୀ ରେଞ୍ଜ ଅଞ୍ଚଳରେ ୮ଟି ଟିମ୍‌ଗଠନ କରାଯାଇ ୩୫ ପ୍ରଜାତିର ୩୧୨୪ଟି ଗଣନା କରାଯାଇଛି । ସେଥିମଧ୍ୟରେ ୧୦୨ ପ୍ରଜାତିର ୧୩୯୯୯ ବିଦେଶୀ ପକ୍ଷୀ ରହିଛନ୍ତି । ଗଞ୍ଜାମ ସହର ପୋତାଗଡ଼ ନିକଟରୁ ୩୦୯୫ଟି ପକ୍ଷୀ ଗଣନା କରାଯାଇଥିବା ବେଳେ ହୁମ୍ମା ସଲଟ ଅଞ୍ଚଳରେ ୨୨୫୫ଟି, ବଡ଼ବନ୍ଧ ୨୨୩୦ ଓ ତାମ୍ପରା ହ୍ରଦରେ ୨୮୮୦ଟି ପକ୍ଷୀ ରହିଥିବା ଦେଖିବାକୁ ମିଳିଛି । ଡିଏଫ୍‌ଓ ପୋତାଗଡ଼ ଦୁର୍ଗରେ ପହଞ୍ଚି ଋଷିକୂଲ୍ୟା ନଦୀରେ ପକ୍ଷୀ ଗଣନାର ତଦାରଖ କରିଥିଲେ । ଗଞ୍ଜାମ ବ୍ଲକ ଅଞ୍ଚଳର ଋଷିକୂଲ୍ୟା ମୁହାଁଣ, ପୋତାଗଡ଼ ଦୁର୍ଗ, ପ୍ରୟାଗୀ, ମଲାଡ଼, ପାଲୁରୁ ସାହେବ କେନାଲ, ଖଣ୍ଡଦେଉଳି ରାଜଘାଇ ଆଦି ଅଞ୍ଚଳରେ ପକ୍ଷୀ ଗଣନା କରାଯାଇଥିଲା ।ଏସ୍‌ସିଏଫ୍‌ ମାଧବୀଲତା ସାହୁ, ଖଲ୍ଲିକୋଟ ରେଞ୍ଜର ସିଦ୍ଧାର୍ଥ ଶଙ୍କର ସାହୁ, ଜେଡ୍‌ଏସ୍‌ଆଇର ସାଇଣ୍ଟିଷ୍ଟ ଡ଼ଃ.ଅନୀଲ ମହାପାତ୍ର, ଛାତ୍ର ଆଶିଷ କୁମାର ଦାଶ, ପରିବେଶବିତ୍‌ ରବୀନ୍ଦ୍ରନାଥ ସାହୁ, ରମ୍ଭା ଫରେଷ୍ଟର ଅବିନାଶ ଚୌଧୁରୀ, ଖଲ୍ଲିକୋଟ ଫରେଷ୍ଟର ପ୍ରଶାନ୍ତ କାର୍ଜି ପ୍ରମୁଖଙ୍କ ସହ ଅନ୍ୟମାନେ ଏହି ପକ୍ଷୀ ଗଣନାରେ ସାମିଲ ରହିଥିଲେ ।

jittmm
Leave A Reply

Your email address will not be published.