jayashree

ଗଞ୍ଜାମ ଜିଲ୍ଲାରେ ଏନିମିଆ ରୋଗର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ଏହାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପର ଆବଶ୍ୟକତା ରହିଛି : ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ଅଧୀନସ୍ଥ ସମନ୍ୱିତ ଶିଶୁ ବିକାଶ ଯୋଜନା, ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ସ୍ୱାସ୍ଥ୍ୟ ସେବାର ମିଳିତ ସମ୍ପର୍କିତ ଗଞ୍ଜାମ ଜିଲ୍ଲାର ଏକ ଉଚ୍ଚସ୍ତରୀୟ ବୈଠକ ଗୁରୁବାର ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାରେ ଏନିମିଆ ରୋଗର ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି, ଏନେଇ ଜିଲ୍ଲାପାଳ ଶ୍ରୀ ପରିଡ଼ା ଉଦ୍‌ବେଗ ପ୍ରକାଶ କରିଛନ୍ତି । ଜିଲ୍ଲାର ସମସ୍ତ ସ୍କୁଲ ପିଲାଙ୍କୁ ସଠିକ୍‌ ଭାବେ ଯୋଗାଇ ଦିଆଯାଉଥିବା ଆଇଏଫ୍‌ଏ ବଟିକା ଯାହା ଆଇରନ ଫୋଲିକ୍ ଏସିଡ଼୍‌ ବଟିକା ଶିଶୁମାନଙ୍କୁ ଠିକ୍‌ ଭାବେ ବିଦ୍ୟାଳୟରେ ଖୁଆଯାଉନାହିଁ । ଏହା ଯେ, ଶିଶୁମାନଙ୍କୁ ରକ୍ତହୀନତା ରୋଗର କାରଣ ହେବ । ଏହାର ଦୂରୀକରଣ ନେଇ ଆଇଏଫ୍‌ଏ ବଟିକା ଠିକ୍‌ ଭାବେ ଖୁଆଯାଉନାହିଁ କାହିଁକି ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା । ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ର ସର୍ଭେକ୍ଷଣ ରିପୋର୍ଟକୁ ଆଧାର କରି ଅନେକ ବ୍ଲକ୍‌ରେ ଏହାର ତାରତମ୍ୟ ଖୁବ୍‌କମ ଥିବା ଜାଣି ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିଲେ । ସ୍କୁଲ ପିଲାମାନଙ୍କୁ ଆଇଏଫ୍‌ଏ ବଟିକା ଠିକ୍‌ ଭାବେ ବିଦ୍ୟାଳୟରେ ଖୁଆଯାଉନାହିଁ କାହିଁକି ବୋଲି ବୈଠକରେ ପ୍ରଶ୍ନ ଉଠିଥିଲା । ଏହାର କାରଣ ବୁଝିବାକୁ ଯାଇ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବୈଠକରେ ପୋଲସରା, ଭଞ୍ଜନଗର, ପାତ୍ରପୁର ବିଇଓଙ୍କ ଅନୁପସ୍ଥିତି ଥିବା ଜାଣିବାକୁ ପାଇଥିଲେ । ଏଭଳି ଜିଲ୍ଲାସ୍ତରୀୟ ବୈଠକକୁ ଗୁରୁତ୍ୱପୂର୍ଣ୍ଣ ମନେ ନ କରି ହେୟଜ୍ଞାନ କରି ସେମାନେ ବୈଠକକୁ ଆସିନାହାନ୍ତି, ତାଙ୍କୁ କାରଣ ଦର୍ଶାଇବାକୁ ରିପୋର୍ଟ ମାଗିଥିଲେ । ଏସମ୍ପର୍କରେ ମଞ୍ଚାସୀନ ଥିବା ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତିଙ୍କୁ କହି ତାଗିଦ କରି ତାଙ୍କର ଏକ ମାସର ଦରମା ବନ୍ଦ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏ ଦିଗରେ ଏଏନ୍‌ଏମ୍ ଆଶା ଦିଦି, ଅଙ୍ଗନାୱାଡ଼ି ଦିଦି ସାମୂହିକ ମିଳିତ ଅଭିଯାନ କରିବା ଆବଶ୍ୟକ ବୋଲି କୁହାଯାଇଥିଲା । ପ୍ରତ୍ୟେକ ସ୍କୁଲର ପ୍ରଧାନ ଶିକ୍ଷକ, ପ୍ରଧାନ ଶିକ୍ଷୟିତ୍ରୀମାନେ ଖୁବ ଯତ୍ନବାନ ହେବା ଆବଶ୍ୟକ । ପ୍ରତ୍ୟେକ ବ୍ଲକ୍ ଶିକ୍ଷାଧିକାରୀମାନେ ଏ ଦିଗରେ ବିହିତ ପଦକ୍ଷେପ ନେବା ଉଚିତ ବୋଲି ବୈଠକରେ ଦୃଢ଼ତାର ସହ ଜିଲ୍ଲାପାଳ କହିଛନ୍ତି । ଗଞ୍ଜାମ ଜିଲ୍ଲାରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଉପରେ ଖୁବ୍‌ ଯତ୍ନଶୀଳ ହୋଇ ବିଶେଷ ଧ୍ୟାନ ଦେଇ ସମସ୍ତେ ସାମୂହିକ ଭାବେ କାର୍ଯ୍ୟ କରିବାକୁ ଏହି ଉଚ୍ଚସ୍ତରୀୟ ବୈଠକରେ କୁହାଯାଇଛି । ବିଦ୍ୟାଳୟରେ ଅଧ୍ୟୟନରତ ୫ ବର୍ଷରୁ ୍ରଧିକ ପିଲାମାନେ, ଏପରିକି ୬୦ ବର୍ଷ ବୟସର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଡ଼ିଇସି ବଟିକା ସମସ୍ତେ ଖାଇବା ଉଚିତ । ସମସ୍ତେ ଏହି ବଟିକା ଖାଇବାକୁ ହେବ । ସମସ୍ତ ପିଲାମାନଙ୍କୁ ଡ଼ିଇସି ବଟିକା ଖୁଆଇବାକୁ ଘର ଘର ବୁଲି ଅଭିଯାନ ଜୁନ୍‌ ମାସରୁ ଆରମ୍ଭ ହେବ ବୋଲି କୁହାଯାଇଛି । ଏକ୍ଷେତ୍ରରେ ଅଙ୍ଗନାୱାଡ଼ି ଦିଦି, ଆଶା ଦିଦି କାର୍ଯ୍ୟରେ ନିୟୋଜିତ ହେବେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ ବିନୀତା ସେନାପତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା. ଉମାଚରଣ ମିଶ୍ର, ଜିଲ୍ଲା ପ୍ରୋଜେକ୍ଟ ମ୍ୟାନେଜର ଶ୍ୟାମସୁନ୍ଦର ତ୍ରିପାଠୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ବୈଠକରେ ମଞ୍ଚାସୀନ ଥିଲେ । ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଲକ୍ ଶିକ୍ଷାଧିକାରୀ (ବିଇଓ), ଶିକ୍ଷା, ସ୍ୱାସ୍ଥ୍ୟ, ଆଇସିଡ଼ିଏସ୍ ବିଭାଗର ସମସ୍ତ ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗଦେଇ ଏହି ଉଚ୍ଚସ୍ତରୀୟ ବୈଠକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.