ସଇଁନ୍ତଲା ମାରୱାଡି ଯୁବା ମଞ୍ଚ ପକ୍ଷରୁ ଅକ୍ସିଜେନ ବ୍ୟାଙ୍କ ଉଦଘାଟନ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀକୁ ନେଇ ସାରା ରାଜ୍ୟରେ ଆତଙ୍କିତ ଅବସ୍ଥାରେ ଲୋକେ ରହୁଛନ୍ତି । ଅନେକ ଲୋକେ ଅକ୍ସିଜେନ ନପାଇବାରୁ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି । ତେବେ ଏଭଳି ପରିସ୍ଥିତିରେ ଆଗେଇ ଆସିଛି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ମାରୱାଡି ଯୁବା ମଞ୍ଚ । ସ୍ଥାନୀୟ ପେଟ୍ରୋଲ ପମ୍ପ ନିକଟରେ ଅକ୍ସିଜେନ ବ୍ୟାଙ୍କର କେନ୍ଦ୍ରକୁ ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କିଶୋରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ମାରୱାଡି ସମାଜର ବରିଷ୍ଠ ସଦସ୍ୟ ମଦନଲାଲ ଅଗ୍ରୱାଲ, ରାଜା ଅଗ୍ରୱାଲ, ତୁଳସୀ ଅଗ୍ରୱାଲଙ୍କ ସହଯୋଗରେ ଏହି ଅକ୍ସିଜେନ ବ୍ୟାଙ୍କର ଶୁଭାରମ୍ଭ ହୋଇଥିଲା । ମାରୱାଡି ଯୁବାମଞ୍ଚ ସଭାପତି ଆଶିଷ ଅଗ୍ରୱାଲ, ସମ୍ପାଦକ ସୌରଭ ଅଗ୍ରୱାଲ, କୋଷାଧ୍ୟକ୍ଷ ହରିଶଙ୍କର ଅଗ୍ରୱାଲ, ବାଦଲ ଅଗ୍ରୱାଲ, ଅରବିନ୍ଦ ଜୈନ, ନିତେଶ ଅଗ୍ରୱାଲ, ମୁକେଶ ଅଗ୍ରୱାଲ, ଅନୁକୂଳ ଅଗ୍ରୱାଲ, ସୁଭମ ଅଗ୍ରୱାଲ, ସୁରଜ ଅଗ୍ରୱାଲ, ମାଂଶୁକ ଅଗ୍ରୱାଲ, ଶ୍ରୀରାମ ଅଗ୍ରୱାଲ ଓ ସ୍ଥାନୀୟ ଆଞ୍ଚଳିକ ସାମ୍ବାଦିକ ସଂଘର ସଭାପତି ଦେବେନ୍ଦ୍ର ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ । ଅକ୍ସିଜେନ ମାଗଣାରେ ଉପଲବ୍ଧ ଥିବା ବେଳେ ସୌରଭ – ୯୯୩୭୦୮୬୫୩୩, ହରିଶଙ୍କର – ୭୯୭୮୫୮୮୪୭୦ ଏବଂ ଅରବିନ୍ଦ – ୮୯୮୪୦୦୯୦୦ଙ୍କ ଜରୁରୀକାଳୀନ ନମ୍ବର ମଧ୍ୟ ଜାରି କରାଯାଇଛି । ଯେଉଁ ମୁହୂର୍ତ୍ତରେ ଯାହାକୁ ଦରକାର ପଡିବ ଫୋନ୍‌ କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି ମାରୱାଡି ଯୁବା ମଞ୍ଚର ସଦସ୍ୟ ମାନେ । ମାରୱାଡି ଯୁବା ମଞ୍ଚର ଏହି କାର୍ଯ୍ୟକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟୁଛି ।

Leave A Reply

Your email address will not be published.