jayashree

ପାଟଣାଗଡ଼ ପୌର ନିର୍ବାଚନ ପାଇଁ ଚାଳିଛି ଭୋଟିଂ : ୪ ଅଧ୍ୟକ୍ଷ ଓ ୫୦ କାଉନସିଲରଙ୍କ ଭାଗ୍ୟ ନିର୍ଧାରଣ କରୁଛନ୍ତି ୨୭୬୨୩ ଜଣ ମତଦାତା

ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ସାରା ରାଜ୍ୟରେ ପୌର ନିର୍ବାଚନ ପାଇଁ ଚାଲିଛି ମତଦାନ । ପାଟଣାଗଡ଼ ମ୍ୟୁନିସପାଲିଟିରେ ମଧ୍ୟ ୨୧ଟି ମତଦାନ କେନ୍ଦ୍ରରେ ଭୋଟିଂ ଚାଲୁଥିବା ବେଳେ ଭୋଟିଂ ଚାଲିଛି । ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିବ । ଆଜି ସକାଳ ୯ ଘଣ୍ଟା ସମୟରେ ପାଟଣାଗଣ ରାଜ ପରିବାରର ତଥା ପାଟଣା ମହାରାଜା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ ଓ ରାଜଜେମା ନିବୃତ୍ତି କୁମାରୀ ସିଂହଦେଓ ନିଜ ୱାର୍ଡ ନଂ ୯ରେ ଥିବା ପିଙ୍କ ଭୋଟ ଦାନ କେନ୍ଦ୍ର ଯାଇ ମତଦାନ କରିଥିଲେ । ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରଶାସନ ଭୋଟ କରୁଥିଲା ଏବଂ ତିନି ବର୍ଷ ବ୍ୟବଧାନ ପରେ ପୌର ନିର୍ବାଚନ ହେଉଛି ଏଥିରେ ପାଟଣାଗଡ଼ ଜନସାଧାରଣ ଭୋଟର ଭାଇଭଉଣୀମାନେ ଆମକୁ ସମର୍ଥନ କରିବେ ଓ ନିଶ୍ଚୟ ବିଜୟ ଲାଭ କରିବୁ ବୋଲି ପାଟଣା ମହାରାଜା କନକବର୍ଦ୍ଧନ ସିଂହଦେଓ କହିଛନ୍ତିି । ଆମ ପ୍ରତି ଲୋକଙ୍କ ବିଶ୍ୱାସ ଅଛି ଆମେ ନିଶ୍ଚିତ ଭାବରେ ବିଜୟ ଲାଭ କରିବୁ ବୋଲି ସାଂସଦ ଶ୍ରୀମତୀ ସିଂହଦେଓ କହିଥିଲେ । ସେହିପରି ପାଟଣାଗଡ଼ ଲୋକ ପ୍ରିୟ ବିଧାୟକ ସରୋଜ କୁମାର ମେହେର ମେହେରପଡ଼ା ବୁଥ ନଂ ୩ ଯାଇ ନିଜ ମତଦାନ କରିଥିଲେ । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ତିନୋଟି ବ୍ଲକରେ ଆମେ ବ୍ଳକ ଅଧ୍ୟକ୍ଷ /ଉପାଧ୍ୟକ୍ଷ ପଦବୀ ହାସଲ କରିପାରିଛୁ । ପୌର ନିର୍ବାଚନରେ ମଧ୍ୟ ବିଜୟ ଲାଭ କରିବୁ ବୋଲି ବିଧାୟକ ଶ୍ରୀ ମେହେର କହିଥିଲେ । ଗୋଲାପି ଏଥର ଏନ୍‌ଏସିର ୧୫ଟି ୱାର୍ଡ ପାଇଁ ନିର୍ବାଚନ ହେଉଛି । ପାଟଣାଗଡ଼ର ଏନ୍ଏସି ଅଧ୍ୟକ୍ଷ ପାଇଁ ୪ ଜଣ ପ୍ରାର୍ଥୀ ଓ କାଉନସିଲର ୫୦ ମୋଟ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୨୭୭୨୩ ଜଣ ମତଦାତା ।ପୌରାଧ୍ୟକ୍ଷ ୪ ଓ କାଉନସିଲର ପଦବୀ ପାଇଁ ୫୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାର ରଣାଙ୍ଗନରେ ଅଛନ୍ତି । କାଉନସିଲର/ଅଧକ୍ଷ ନିର୍ବାଚନ ପାଇଁ ଗୋଲାପି ରଙ୍ଗର କାଗଜ ଏବଂ ପୌରାଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ଇଭିଏମ୍‌ରେ ହଳଦିଆ କାଗଜ ବ୍ୟବହାର କରାଯାଇଛି । ଏଥର ଇଭିଏମ୍‌ରେ ନୋଟା ବିକଳ୍ପ ରଖାଯାଇଛି । ମହିଳାଙ୍କ ପାଇଁ ଲାଇନ୍‌ପଡା ରମାଇହାଇସ୍କୁଲ ନଂ ୯ ଓ ନଂ ୫ ଫିଙ୍କ୍ ବୁଥ୍ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ଭୋଟ୍ ଗ୍ରହଣ ପାଇଁ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୯ ଟି ସମ୍ବେଦନଶୀଳ ଓ ୨ ଅତି ସମ୍ବେଦନଶୀଳ ବୁଥ୍ ଉପରେ ପୋଲିସ କଡ଼ା ନଜର ରଖିଛି । ଭୋଟିଂ ଚାଳୁଥିବା ସମସ୍ତ ମତଦାନ କେନ୍ଦ୍ରକୁ ଉପଜିଲ୍ଲାପାଳ ବିଜୟା ନନ୍ଦ ସେଠୀ, ତହସିଲଦାର ପୁଷ୍ପାଞ୍ଜଳି ପଣ୍ଡା, ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତାଙ୍କ ସମେତ ଅନ୍ୟ ନିବାର୍ଚନ ତଦାରଖ କରୁଥିବା ଅଧିକାରୀ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.