ପ୍ରାଥମିକ ଶିକ୍ଷାର ନିହକୁ ସବଳ କଲେ ଭବିଷ୍ୟତ ଉଜ୍ଜ୍ୱଳ ହେବ

ତୁଷୁରା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ସମରା ଠାରେ ବ୍ଳକସ୍ତରୀୟ ନିପୁଣ ଓଡ଼ିଶା ମେଳା ୨୦୨୪ – ୨୫ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବରେ ତୁଷୁରା ଏନ୍‌ଏ‌ସି ଅଧ୍ୟକ୍ଷ ଅଜୟ ଜୟସ୍ୱାଲ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ବ୍ଲକ୍ ଉନ୍ନୟନ ଅଧିକାରୀ ଦୀପକ କିଶାନ ବାରା ଯୋଗଦେଇ ପ୍ରାଥମିକ ଶିକ୍ଷାର ନିହ ସବଳ ହେଲେ, ଶିଶୁମାନଙ୍କ ଭବିଷ୍ୟତ ଉଜ୍ୱଳମୟ ହେବ ବୋଲି ମତ ପୋଷଣ କରିଥିଲେ । ସମ୍ମାନିତ ଅତିଥିଭାବରେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷିକା ସାମ୍ରାଜ୍ଞୀ ଐଶ୍ୱର୍ଯ୍ୟା ମିତ୍ରା, ଗୁଡଭେଲା ଜିପିଡିଓ ସାଗର ସାହୁ, ଏବିଇଓ ରମେଶ ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ସମରାର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ମଞ୍ଜରୀ କାଲୋ, ସ୍ଥାନୀୟ କପସିଲା ସିଆରସିସି ସୁଧାଂଶୁ ପୁଟା ପ୍ରମୁଖ ମଞ୍ଚାସୀନ ଥିଲେ । ବ୍ଲକର ୮ଟି କ୍ଲଷ୍ଟର୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୫୦ରୁ ଅଧିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ପ୍ରଦର୍ଶନ କରାଯାଇଥିଲା । ଏଫ୍ଏଲ୍ଏନ୍ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶିକ୍ଷଣ ସାମଗ୍ରୀ ସମ୍ବନ୍ଧରେ ଓ କିପରି ବିଦ୍ୟାଳୟରେ ବ୍ୟବହାର କରାଯାଏ ତାହା ଉପସ୍ଥିତ ଅତିଥି ଓ ଅଭିଭାବକଙ୍କୁ ବୁଝାଇଥିଲେ । ସ୍ଥାନୀୟ ସିଆରସିସି ସୁଧାଂଶୁ ପୁଟା ନିପୁଣ ଓଡ଼ିଶା ମେଳାର ଶପଥ ପାଠ କରାଇବା ସହ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ବିଇଓ ଋଷିଆ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ ସମ୍ମାନିତ ଅତିଥି ଭାବରେ ବଡଙ୍ଗୋମୁଣ୍ଡା ସରପଞ୍ଚ ଚମ୍ପି ବାରିକ ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ବଲାଙ୍ଗିରର ପ୍ରଶିକ୍ଷିକା ସ୍ୱପ୍ନା ସେଠ୍ ଓ ପ୍ରଶିକ୍ଷିକା ସାମ୍ରାଜ୍ଞୀ ଐଶ୍ୱର୍୍ୟା ମିତ୍ରା ଯୋଗଦେଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଏଫ୍ଏଲଏନ୍ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରି ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ତୁଷୁରା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଜଗମୋହନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ବ୍ଲକ୍ ଅନ୍ତର୍ଗତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଗଣ ସହଯୋଗ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ, ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ଅକୁଣ୍ଠ ସହଯୋଗ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.