କେନାଲ ଭିତରକୁ ଖସିପଡ଼ି ବାଇକ୍ ଆରୋହୀ ମୃତ

ସାଲେପୁର : କଟକ ଜିଲ୍ଲା ସାଲେପୁର ଶିଶୁଆ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଭାରସାମ୍ୟ ହରାଇ କେନାଲ ଭିତରକୁ ବାଇକ୍ ଆରୋହୀ ଖସିପଡ଼ିବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ସାଲେପୁର ଶିଶୁଆ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ବାଇକ୍ ଆରୋହୀ ଭାରସାମ୍ୟ ହରାଇ କେନାଲ ପାର୍ଶ୍ଵରେ ଥିବା କାନ୍ଥରେ ପିଟିହୋଇ କେନାଲ ଭିତରକୁ ଖସିପଡ଼ିଥିଲେ । ତେବେ ବାଇକ୍‌ଟି ଏକ ଗଛରେ ଲାଖି ଝୁଲି ରହିଛି । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଲେପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଯୁବକ ଜଣକ ହେଲେ ଜଗତପୁର ଥାନା ଆତୋଡ଼ା ଗାଁର ରାଜା ଦେହୁରୀ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.