ଲୋଇସିଂହାରେ ଆନ୍ଧ୍ରା ଚାଷୀ : ଜମି ଆମର, ମାଲିକାନା ତାଙ୍କର

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଜମି ଆମର । ପରିଶ୍ରମ ଆମର । ଆମ ଜମିରେ ଆମେ ମଜୁରିଆ । କିନ୍ତୁ ମାଲିକ ଆନ୍ଧ୍ରାର । ପ୍ରାୟ ଦୀର୍ଘ ୨ ବର୍ଷ ହେଲା ଲୋଇସିଂହା ଅଂଚଳରେ ଆନ୍ଧ୍ରା ଚାଷୀ କପା ଚାଷ କରି ଆମ ଜମିରେ ମାଲିକ ହୋଇ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଲୋଇସିଂହା ବ୍ଲକ ଅନ୍ତର୍ଗତ କନ୍ଦାଜୁରୀ, ପଣ୍ଡରାଣୀ, ଝାରମୁଣ୍ଡା ଓ ଭଦ୍ରା ସମେତ ଆହୁରି କେତେକ ଗାଁ ରେ ଆନ୍ଧ୍ରା ଚାଷୀ ଜମି ବନ୍ଧକ ରଖି କପା ଚାଷ କରୁଛନ୍ତି । ବାର୍ଷିକ ୧୦୦୦ ଟଙ୍କାରୁ ଆରମ୍ଭ କରି ବର୍ଷକ ୫୦୦ ଲେଖାଏଁ ବୃଦ୍ଧି କରି ପ୍ରାୟ ୩୦୦ ଏକର ଜମିରେ ଚାଷ କରୁଛନ୍ତି । ମୁଗ, ବିରି ପରି ବିଭିନ୍ନ ଡାଲି ଜାତୀୟ ଫସଲ ଏହି ଜମିରେ ବେଶ ଭଳ ହେଉଥିବା ବେଳେ ଆମ ଜମିରେ ଆମେ ମଜୁରିଆ ଭାବେ ରହିଛୁ । ୩ ରୁ ୫ ବର୍ଷ ସକାଶେ ଏହି ଜମିଗୁଡିକ ବନ୍ଧକ ସୂତ୍ରରେ ରହିଛି; ଯାହାକି ବାର୍ଷିକ ହଜାର ହଜାର କ୍ୟୁଂଟାଲ କପା ଆମଦାନୀ କରି ବେଶ ଲାଭବାନ ହେଉଛନ୍ତି ଆନ୍ଧ୍ରା ଚାଷୀ । କିନ୍ତୁ ଆମେ ବର୍ଷକୁ ୧୦୦୦ ଟଙ୍କାରେ ଏକ ଏକର ଜମିର ମାଲିକାନ ହରାଇ ବସିଛୁ । ଏପରିକି ଆମ ମଜୁରିଆଙ୍କୁ ନେଇ ବିଭିନ୍ନ କୃଷି ଯନ୍ତ୍ରପାତି ବ୍ୟବହାର ହେଉଛି । କିନ୍ତୁ ରାସାୟନିକ ଓ କୀଟନାଶକ ସାରର ବ୍ୟାପକ ବ୍ୟବହାର ମଧ୍ୟ ହେଉଥିବା ଜଣାଯାଇଛି । ଯାହାଫଳରେ ବର୍ତ୍ତମାନ ପାଇଁ ଚାଷ ଭଲ ହେଉଥିଲେ ମଧ୍ୟ ଆଗକୁ ଉର୍ବରତା କମି କମି ଯିବ ବୋଲି ବହୁ ଚାଷୀ କହୁଛନ୍ତି । ଏନେଇ ସରକାରୀ କୃଷି ବିଭାଗରେ କୌଣସି ପ୍ରକାରର ତଥ୍ୟ ନାହିଁ । ଆମ ଅଂଚଳର ଚାଷୀ ଭାଇ ପଡିଆ ପଡୁଥିବା ଜମିକୁ ୧୦୦୦ ଟଙ୍କାରେ ବନ୍ଧକ ଦେଇ ଆତ୍ମସନ୍ତୋଷ ଲାଭ କରୁଛି । କିନ୍ତୁ ପରୋକ୍ଷରେ ଉକ୍ତ ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଯୋଗୁଁ ତାର ଉର୍ବରତା କମୁଛି । ଏନେଇ ବହୁ ସଫଳ ଚାଷୀ ଜମି ଉର୍ବରତା କମିବା ଉପରେ କହୁଥିଲେ ମଧ୍ୟ ଅସଲ ଜମି ମାଲିକ ମାଲିକାନା ହରାଇ ନିରୁପାୟ ହୋଇଛି । ତେଣୁ ଆମ ଅଂଚଲର ଚାଷୀ କିପରି ଏହି ଜମିରେ ଚାଷ କରିପାରିବ ସେ ଉପରେ ସ୍ଥାନୀୟ କୃଷି ବିଭାଗ ଅଧିକ ଯତ୍ନବାନ ହେବା ଜରୁରୀ ହୋଇପଡିଛି । ତେଣୁ ଏ ଦିଗରେ ପ୍ରଶାସନ ଧ୍ୟାନ ଦେବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

Leave A Reply

Your email address will not be published.