ଭବାନୀପାଟଣା ସହର ମଧ୍ୟରେ ଭାଲୁ ଆକ୍ରମଣରେ ୨ ଆହତ, ଜଣେ ଗୁରୁତର

କଳାହାଣ୍ଡି, (କେପିଏନ୍‌ଏସ୍‌) : ଭବାନୀପାଟଣା ସହରକୁ ଗୋଟିଏ ଭାଲୁ ପଶି ଆସି ତାଣ୍ଡବ ରଚିଥିବା ବେଳେ ଦୁଇ ଜଣଙ୍କୁ ଆକ୍ରମଣ କରି ସାରିଲାଣି । ଆହତଙ୍କ ମଧ୍ୟରୁ ଜଣେ ଅତ୍ୟନ୍ତ ଗୁରୁତର ଥିବା ଜଣାପଡ଼ିଛି । ତାଙ୍କ ମୁହଁ ଉପରକୁ ସିଧା ଆକ୍ରମଣ କରିଛି ଭାଲୁ ଏବଂ ରକ୍ତାକ୍ତ କରି ପକାଇଛି । ତେବେ ଉପସ୍ଥିତ ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ସୂଚନା ମିଳିଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦୋକାନ ବଜାର ବନ୍ଦ କରିବାକୁ ସହରରେ ଘୋଷଣା କରାଯାଉଥିବା ବେଳେ ରାସ୍ତାଘାଟରେ କେହି ନ ବୁଲିବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.