ବରଗଡ, (କେପିଏନ୍ଏସ୍) : ବରଗଡ, ପାଇକମାଲ ବ୍ଲକ ବୁକୁରାମୁଣ୍ଡା, ପଲସେନ, ମହୁଲପାଲି, ବଜାର ଛକ ଠାରେ ଥିବା ମହିମା ମଠରେ ବାର୍ଷିକ ଉତ୍ସବ ପ୍ରତିବର୍ଷ ପରି ଜାନୁୟାରୀ ୧ରେ ପାଳନ କରାଯାଏ । ସେଥିପାଇଁ କଳସ ଶୋଭାଯାତ୍ରା ହୋଇଯାଇଛି । ଶତାଧିକ ମହିଳା ଏକ ଆଧ୍ୟାତ୍ମିକ ଶୋଭାଯାତ୍ରାରେ କଳସ ଆଣି ମହିମା ମନ୍ଦିରରେ ସ୍ଥାନିତ କରିଥିଲେ । ମହିମା ମଠର ଅଧିଷ୍ଠାତା ସାଧୁ ଗିରିଜା ଶଙ୍କର ଦାସ ମୁଖ୍ୟ ଉଦ୍ୟୋକ୍ତା ଅଛନ୍ତି । ଗୋପପୁର ମହିମା ମଠର ଅଧିଷ୍ଠାତା ସାଧୁ ନୃସିଂହ ଦାସ ଆଧ୍ୟାତ୍ମକ ପ୍ରବଚନ ପ୍ରଦାନ କରିବେ । ବୁକୁରାମୁଣ୍ଡା, ମହୁଳପାଲି, ପଳସେନ, ସୋଢା, ସର୍ଗୀଜୁରୀ, ଟେମରୀ, ଲହଙ୍ଗୀର, କବିବରପୁର ଓ ନିକଟସ୍ଥ ଗ୍ରାମର ମହିମା ପ୍ରେମୀ ଯୋଗଦାନ କରି ସଫଳତା ପାଇଁ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରୁଛନ୍ତି । ଗ୍ରାମବାସୀଙ୍କ ସହ ବାର୍ଷିକ ଉତ୍ସବ ପରିଚାଳନା କମିଟି ସଦସ୍ୟମାନେ ଦିନ ରାତିକୁ ଏକ କରିଦେଇଛନ୍ତି । ଚଳିତ ନବ ବର୍ଷରେ ପ୍ରାୟ ୨୦ହଜାରରୁ ଅଧିକ ମହିମା ଧର୍ମୀ ସାଧୁ ସନ୍ଥ, ଭକ୍ତ, ମହିମା ପ୍ରେମୀ ଜନସାଧାରଣ ଯୋଗଦାନ କରିବା ଅନୁମାନ କରାଯାଉଛି । ସେଥିପାଇଁ କମିଟି ସଜାଗ ରହିଛନ୍ତି । ଏହି ଉତ୍ସବରେ ରକ୍ତ ଦାନ ଶିବିର, ମୀନା ବଜାର, ଅନେକ ଦୋକାନ ବଜାର ତାଙ୍କର କାର୍ଯ୍ୟକ୍ରମ କରୁଛନ୍ତି । ଆଠ ଭଜନ, ହୋମ ଯଜ୍ଞ, ଭଜନ କୀର୍ତ୍ତନ ଅହୋରାତ୍ର ହେବ । ଉଦ୍ଘାଟନ ଦିବସରେ ଭିଡ଼ ପରିଲକ୍ଷିତ ହେଉଛି । ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଆଶ୍ରମ ପକ୍ଷରୁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଛି ।
Next Post