oom

ମହାମାରୀ କରୋନା : ଓଡ଼ିଶାରୁ ୨୨୩୯ ଆକ୍ରାନ୍ତ

jsmm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶରେ ମୃତ୍ୟୁ ସଂଖ୍ୟା ୫୧,୭୯୭କୁ ଛୁଇଁଥିବା ବେଳେ ଓଡ଼ିଶାରେ ଗତ ୨୪ ଘଂଟାରେ ୯ ଜଣଙ୍କ ଜୀବନ ଯାଇଛି । ଗତ ୨୪ ଘଂଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଓଡ଼ିଶାରେ ୨୨୩୯ । ଏମାନଙ୍କ ମଧ୍ୟରେ କ୍ୱାରେନ୍‌ଟାଇନ୍‌ରୁ ୧୪୧୬ ଜଣ ଏବଂ ସ୍ଥାନୀୟ ଅଂଚଳରୁ ୮୨୩ ଜଣ ରହିଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରିପୋର୍ଟରେ କୁହାଯାଇଛି । ତେବେ ରାଜ୍ୟରେ ଏମାନଙ୍କ ମଧ୍ୟରୁ ଜିଲ୍ଲା ଅନୁସାରେ ଅନୁଗୁଳରୁ ୬, ବାଲେଶ୍ୱରରୁ ୧୩୦, ବରଗଡ଼ରୁ ୫୧, ଭଦ୍ରକରୁ ୭୩, ବଲାଙ୍ଗିରରୁ ୬୬, ବୌଦ୍ଧରୁ ୫୩, କଟକରୁ ୧୧୭, ଢେଙ୍କାନାଳରୁ ୩୬, ଗଜପତିରୁ ୪୨, ଗଂଜାମରୁ ୨୬୪, ଜଗତସିଂହପୁରରୁ ୨୬, ଯାଜପୁରରୁ ୭୫, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୯୦, କେନ୍ଦ୍ରାପଡ଼ାରୁ ୭, କେଉଁଝରରୁ ୭୨, ଖୋର୍ଦ୍ଧାରୁ ୪୧୯, କୋରାପୁଟରୁ ୯୧, ମାଲକାନଗିରିରୁ ୫୫, ମୟୁରଭଂଜରୁ ୮୦, ନବରଂଗପୁରରୁ ୧୪, ନୟାଗଡରୁ ୧୪୭, ନୂଆପଡ଼ାରୁ ୮, ପୁରୀରୁ ୪୦, ରାୟଗଡ଼ାରୁ ୧୨୦, ସମ୍ବଲପୁରରୁ ୫୩, ସୋନପୁରରୁ ୨୪ ଓ ସୁନ୍ଦରଗଡ଼ରୁ ୬୪ ଜଣଙ୍କ ପଜିଟିଭ୍‌ ବାହାରିଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

jittmm
Leave A Reply

Your email address will not be published.