
ବଲାଙ୍ଗିର, (କେପିଏନ୍ଏସ୍) : ଗିରଫ୍ ୪ ଲୁଟେରାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଥାନା ଆଇଆଇସି ଶ୍ରୀକାନ୍ତ ସାହୁ । ସୂଚନାଯୋଗ୍ୟ ଯେ, ଗତ୫ ତାରିଖ ରାତି ପ୍ରାୟ ୨ଟା୪୦ମି.ରେ ସିନ୍ଖମନ୍ ପାଖ ବ୍ରିଜ ପାଖରେ ଦେଓଗାଁ ପଟକୁ ଯାଉଥିବା ଏକ ଓଏଲ୍ ଟେଙ୍କର୍ ଗାଡ଼ି(ଓଡ଼ି୦୫ଏଏସ୍ ୨୭୪୯)କୁ ୪ ଜଣ ଲୁଟେରା ଅଟକାଇବା ସହ ମାଡ଼ ମାରି ୨ଟି ମୋବାଇଲ୍ ଫୋନ୍ ଏବଂ ନଗଦ ୭ ହଜାର ୬୦୦ ଟଙ୍କା ଲୁଟ୍ କରିଥିଲେ । ଏ ସଂକ୍ରାନ୍ତରେ ଟେଙ୍କର୍ ଗାଡ଼ି ଡ୍ରାଇଭର୍ କଟକ ଜିଲ୍ଲା କାନପୁର ଅଧିବାସୀ ଅର୍ଜୁନ ନାୟକ ସଦର ଥାନାରେ ଅଭିଯୋଗ କରିଥିଲେ । ଘଟଣାର ତଦନ୍ତ କରି ସଦର ପୋଲିସ ସଂପୃକ୍ତ ୪ ଲୁଟେରାଙ୍କୁ ଗିରଫ୍ କରିବା ସହ ସେମାନଙ୍କଠାରୁ ଏକ ୟାମା ଆର୍-୧୫ ମୋଟର୍ ସାଇକେଲ୍(ଓଡ଼ି୧୬୧୦୨୦) ସମତେ ୨ ମୋବାଇଲ୍ ଫୋନ୍, ନଗଦ ୭ ହଜାର ୨ ଶହ ଟଙ୍କା ଓ ମାରଣାସ୍ତ୍ର ଜବତ୍ କରିଥିଲା । ଗିରଫ୍ ଅଭିଯୁକ୍ତମାନେ ହେଲେ ସାଆନ୍ତମୁଣ୍ଡାର ଲକି ଓରଫ୍ ଡୁଲେଶ୍ୱର ସୁନା(୨୦), ହାତୀଶାଲପଡ଼ାର ସନ୍ତୋଷ ବସ୍ତିଆ(୨୭), ତାଲପାଲିପଡ଼ାରାର ସନୁ ଓରଫ୍ ସୋନୁ ନାଏକ(୨୧) ଓ ମଝିଆଁ ଓରଫ୍ ସୁଶାନ୍ତ ଭୋଇ(୨୧) । ତେବେ ଗିରଫ୍ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଆଇଆଇସି ଶ୍ରୀ ସାହୁ ।