oum

ତୃତୀୟ ପଦ୍ମପୁର ଲୋକ ମହୋତ୍ସବର ପ୍ରଥମ ସନ୍ଧ୍ୟା ସମାରୋହ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ତୃତୀୟ ପଦ୍ମପୁର ଲୋକ ମହୋତ୍ସବ ସମାରୋହର ପ୍ରଥମ ରଜନୀରେ ମୁଖ୍ୟ ଅତିଥି ପ୍ରଫେସର ବିପିନ ବିହାରି ନନ୍ଦ, ପ୍ରଫେସର ଦୁର୍ଗାପ୍ରସାଦ ସାହୁ, ପଦ୍ମପୁର ଏସ୍‌ଡିପିଓ ବିଭୁତି ଭୂଷଣ ସାହୁଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରାଗଲା । ପରେ ସମଲେଇ ମା’ଙ୍କ ପୂଜାର୍ଚନା ସାରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ୱାଗତ ସଂଗୀତ ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀମାନେ ପରିବେସଣ କରିଥିଲେ । ଭକ୍ତପୂରଣ ସାହୁ, ସୁନୀଲ ବେହେରା (ମହୁଲପାଲି) ଓ ଚେତନା ପରିଷଦ ସଦସ୍ୟ ପଦ୍ମପୁରଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରତିଭା ରାଣୀ ଭୁଏ, ମହେନ୍ଦ୍ର ତାଣ୍ଡି ଓ ଶକ୍ତିସ୍ୱରୁପା ପଣ୍ଡା ଗୀତ ପରିବେଷଣ କରିଥିଲେ । ଦୁର୍ଗା ବନ୍ଦନା ୱେଷ୍ଟବେଙ୍ଗଲ, ବ୍ରହ୍ମର୍ପୁରୀ ଦାଣ୍ଡିଆ ରାସ ଗୁଜରାଟ, ଘୁଙ୍ଗୁରୁ ପଦ୍ମପୁର, ଉତ୍ତରଖଣ୍ଡ ଗଡ଼ୱାଲୀ ନୃତ୍ୟ ୱେଷ୍ଟବେଙ୍ଗଲ, ସୌନ୍ଦରାମ କଲଚୁରଲ ଗ୍ରୁପ ଗୁଜରାଟ, ସ୍ୱୟମ ସାଂସ୍କୃତିକ ଅନୁଷ୍ଠାନ ପଡିଆବାହାଲ, ନୁକୁଭାଇ ଦେବକଳା ଗୁଜରାଟ, ଲମ୍ବା ରଡ଼ି ଆନ୍ଧ୍ରପ୍ରଦେଶ ଓ ପଦ୍ମପୁର ସରକାରୀ ବାଲିକ ଉଚ୍ଚ ବିଦ୍ୟାଲୟ ନୃତ୍ୟ ପରିବେଷଣ କରିଥିଲେ । ଷ୍ଟେଜ ସାମ୍ନାରେ ମିନାକ୍ଷୀ ଭୋଇ, ପ୍ରିୟଙ୍କା ପଟ୍ଟନାୟକ, ଜୁବୁଲି ପଣ୍ଡା, ରୋଜୀ ପାଣିଗ୍ରାହୀ, ଶାନ୍ତିଲତା ସାହୁ ଓ ପଦ୍ମିନୀ ସାହୁ ଲୋକ ମହୋତ୍ସବ ଆଧାରିତ ରଙ୍ଗୋଲି ଚିତ୍ରଣ କରିଥିଲେ । ପଦ୍ମପୁର ଲୋକ ମହୋତ୍ସବ ଆବାହାକ ଅଶୋକ ମିଶ୍ର, ସଭାପତି ପ୍ରୀତେଶ ବହିଦାର ତାଙ୍କର ଅଭିଭାଷଣ ରଖିଥିଲେ । କେଶରଞ୍ଜନ ପଧାନ, ନାଟ୍ୟକାର ଅଶୋକ ବହିଦାର, ଅଞ୍ଜନ ପଧାନ ଓ ସ୍ଵେଜଲ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ଲୋକ ମହୋତ୍ସବ ସମ୍ପାଦକ କୁନାଲ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଟାଉନ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.