p purohi

ସବୁଜ କଂଟାବାଞ୍ଜି ପ୍ରସ୍ତୁତି ପଥେ କଂଟାବାଞ୍ଜି କେଭି ମହାବିଦ୍ୟାଳୟ

dr. purohit

କଂଟାବାଞ୍ଜି, (ମନୀଷ କୁମାର ହଂସ) : କଂଟାବାଞ୍ଜିକୁ ସବୁଜ ଓ ସୁନ୍ଦର କରିବାର ପ୍ରସ୍ତୁତି ପଥରେ କଂଟାବାଞ୍ଜିର କେଭି ମହାବିଦ୍ୟାଳୟ । ସୂଚନା ଯୋଗ୍ୟ ଯେ, ବନ ମହୋତ୍ସବ ଅବସରରେ ପୂର୍ବ ବର୍ଷ ମାନଙ୍କ ଭଳି କେଭି ମହାବିଦ୍ୟାଳୟ କଂଟାବାଞ୍ଜି ପରିସରରେ ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା । ଜାତୀୟ ସେବା ଯୋଜନା କେଭି ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଜଙ୍ଗଲ ଅଧିକାରୀ ସମୀର ଶତପଥୀ ମୁଖ୍ୟ ଅତିଥି ଏବଂ କଂଟାବାଞ୍ଜି ରେଞ୍ଜ ଅଫିସର ଶ୍ରଦ୍ଧାଦେବ ବଡମାଳି, କଂଟାବାଞ୍ଜି ଥାନାଧିକାରୀ ସତ୍ୟଜିତ କନ୍ଦଲକେଲ ସମ୍ନାନିତ ଅଥିତି ଭାବେ ଯୋଗ ଦେଇଥିଲେ । ମହାବିଦ୍ୟାଳୟର ଅଧକ୍ଷ ସତ୍ୟବ୍ରତ ମିଶ୍ରଙ୍କ ପତକ୍ଷ ତତ୍ୱାବଧାନରେ ପ୍ରଧ୍ୟାପକ ଦେବେନ୍ଦ୍ର ମେହେର, ଲୋହିତାକ୍ଷ ଯୋଷୀ, ଜଶୋବନ୍ତ ମିଶ୍ର, ଭଗବାନ ପ୍ରଧାନ, କରୁଣାକର ନାଏକ, ନିଲାମ୍ବର ସାରକା, ମନିଷ ମହାନ୍ତି ଏବଂ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡଂ ସଂଜୟ କୁମାର ମିଶ୍ର ଏବଂ ଦିପାଳୀ ଶର୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କଂଟାବାଞ୍ଜିକୁ ସବୁ ମତେ ସବୁଜ ଓ ସୁନ୍ଦର କରିବାର ଶପଥ କେଭି ମହାବିଦ୍ୟାଳୟ ନେଇଛି ଏବଂ ଏଥିପାଇଁ ମହାବିଦ୍ୟାଳୟ ଚାରିପଟେ ବୃକ୍ଷ ରୋପଣ ସହ କଂଟାବାଞ୍ଜି ସହରରେ ମଧ୍ୟ ବୃକ୍ଷର ରୋପଣ ଓ ସୁରକ୍ଷା କାର୍ଯ୍ୟକ୍ରମ ଗ୍ରହଣ କରୁଛି ବୋଲି ଅଧକ୍ଷ ଶ୍ରୀ ମିଶ୍ରଙ୍କ ଠାରୁ ପ୍ରକାଶ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

nrusinghnath
Leave A Reply

Your email address will not be published.