କେନ୍ଦୁ କାଠ ସହ ଟ୍ରାକ୍ଟର ଜବତ, ୫ ଗିରଫ୍

କଣ୍ଟାମାଳ, (ବଂଶୀଧର ମାଝୀ) : କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘଣ୍ଟାପଡା ସେକ୍ସନର ଉମା ବିଟ୍ ଅଧିନସ୍ଥ ତେନ୍ତୁଲିମୁଣ୍ଡା ଗ୍ରାମର ଭଗବାନ ରଣା ଇଟା ପୋଡ଼ିବା ପାଇଁ କେନ୍ଦୁ ଗଣ୍ଡି ନିଜର ଟ୍ରାକ୍ଟର (ଓଡି ୧୫ପି ୮୭୩୮) ଯୋଗେ ମଧ୍ୟ ରାତ୍ରରେ ଆଣୁଥିବା ସମୟରେ ଜଙ୍ଗଲ ନିଆଁ ଲିଭାଉଥିବା କାର୍ୟ୍ୟରତ ଘଣ୍ଟାପଡ଼ା ସେକ୍ସନର ବନପାଳ ରଂଜନ କୁମାର ସେଠୀ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ରେଞ୍ଜରଙ୍କୁ ଖବର ଦେଇଥିଲେ । ସେ ସମୟରେ ଉପସ୍ଥିତ ଥିବା ବୌଦ୍ଧ ଜିଲ୍ଲା ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତଙ୍କ ନେତୃତ୍ଵରେ ଏକ ଟିମ୍ ପହଞ୍ଚି ଟ୍ରାକ୍ଟର ସହ କାଠ ଜବତ କରି ମାଲିକ / ଡ୍ରାଇଭର ଭଗବାନ ରଣା (୩୫) ସମେତ ସହଯୋଗୀ ବିଷ୍ଣୁ ରଣା, ସୁମନ୍ତ ରଣା, ଅହନ ବିଶି, କପିଳେଶ୍ୱର ରଣାଙ୍କୁ ଗିରଫ କରିଛି ବନ ବିଭାଗ । ଏହି ଟିମରେ ଶ୍ରୀ ଗୋଛାୟତଙ୍କ ସହିତ କଣ୍ଟାମାଳ ରେଞ୍ଜର କ୍ଷୀରାବ୍ଧି ପ୍ରଧାନ, ବନପାଳ ରଂଜନ ସେଠୀ, ରମାକାନ୍ତ କଅଁର, ବନରକ୍ଷୀ ପ୍ରଦୀପ ସାହୁ, ପ୍ରଶାନ୍ତ ବାରିକ, ସୁବ୍ରତ ପ୍ରଧାନ, ମାଳତୀ ମାଝୀ ପ୍ରମୁଖ ସାମିଲ ଥିଲେ । ପ୍ରକାଶ ଯେ ଗତକାଲି ମଧ୍ୟ ଏକ ୧୦ଚକିଆ ଟ୍ରକ୍ କାଠ ସହ ଜବତ ଘଟଣାର ୨୪ ଘଣ୍ଟା ନପୁରୁଣୁ ଆଉ ଗୋଟିଏ କାଠ ବୋଝେଇ ଟ୍ରାକ୍ଟର ଧରାପଡ଼ିବା ବନ ବିଭାଗର ପାରିବା ପଣିଆକୁ ଚ୍ୟାଲେଞ୍ଜ ଦେଉଛନ୍ତି କାଠ ମାଫିଆ । ଯେହେତୁ ବର୍ତ୍ତମାନ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଦ୍ଵାରା ଜଙ୍ଗଲ ପୋଡ଼ି ହେବା ଦ୍ୱାରା ସେଠାରେ ବନ ବିଭାଗ ନିଆଁ ଲିଭାଇବା ସମୟରେ କାଠ ମାଫିଆଙ୍କୁ ସୁଯୋଗ ମିଳି ଯାଉଛି । ଏପରି ସ୍ଥଳେ ପରିବେଶବିତ୍ ପ୍ରେମୀ ଚିନ୍ତା ପ୍ରକଟ କରୁଛନ୍ତି । ଆଗାମୀ ଦିନରେ ଏପରି କାର୍ୟ୍ୟ ଜାରି ରହିଲେ ଅତିଶୀଘ୍ର ଜଙ୍ଗଲ ଲୋପ ପାଇଯିବ ସାଧାରଣରେ ମତ ପ୍ରକାଶ ପାଇଛି । ତେଣୁ ବନ ବିଭାଗ ଅଧିକାରୀ ଏଠାରେ ଏକ ସ୍କ୍ବାଡ଼ ମୁତୟନ କରି ପେଟ୍ରୋଲିଙ୍ଗ କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.