jayashree

କନ୍ଧ ରୀତିନୀତିରେ ବିବାହ କଲେ ଚାକିରିଆ ଯୁବକ ଯୁବତୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଆଦିବାସୀ,ସଂସ୍କୃତି, ପ୍ରଥା ଓ ପରମ୍ପରାର ସ୍ୱତନ୍ତ୍ରତା ରହିଛି । ଆବାହମାନ କାଳରୁ ଚଳିଆସୁଥିବା ଏହି ପରମ୍ପରା ଆଧୁନିକତାର ଛାପରେ ପ୍ରଭାବିତ ହେଉଛି ।ଆଦିମ ଚଳଣି, ରୀତିନୀତି, ସଂସ୍କୃତି ଓ ପ୍ରଥା ପରମ୍ପରା ସାମାଜିକ ଜୀବନକୁ ସମୃଦ୍ଧ କରିବା ସହ ସାମାଜିକ ଏକତାକୁ ଅକ୍ଷୁର୍ଣ୍ଣ ରଖିପାରିଥିଲା । ପାଶ୍ଚାତ୍ୟ ସଭ୍ୟତା ବ୍ୟାପକ ମାତ୍ରାରେ ଗ୍ରାସ କରିଆସୁଥିବା ବେଳେ ପ୍ରଥା ପରମ୍ପରା ହଜିବାକୁ ବସିଛି । ବର୍ତ୍ତମାନର ଯୁବପୀଢି ପାଶ୍ଚାତ୍ୟ ସଭ୍ୟତାକୁ ବହୁଳ ମାତ୍ରାରେ ଅନୁକରଣ କରୁଥିବା ବେଳେ ପ୍ରଥା ଓ ପରମ୍ପରାକୁ ବଜାୟ ରଖିବା ପାଇଁ ଆଗେଇ ଆସି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଚାକରିଆ ଦମ୍ପକ୍ତ୍‌ି । ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ପଞ୍ଚାୟତର ଆଦିବାସୀ ବହୁଳ ବଡଗମଡା ଗ୍ରାମର ଉପେନ୍ଦ୍ର ଭୋଇ ଏବଂ ଶ୍ରୀମତୀ ଭୋଇଙ୍କ ସାନପୁଅ ପୂର୍ଣ୍ଣଚନ୍ଦ୍ର ଭୋଇ । ବର୍ତ୍ତମାନ ଟିଟିଲାଗଡର ଉପଖଣ୍ଡସ୍ତରୀୟ ଡାକଘରରେ ଡାକ ପରିଦର୍ଶକ ଭାବେ କାର୍ଯ୍ୟ କରନ୍ତି । ସେ ନିଜ ସଂସ୍କୃତି ଓ ପ୍ରଥା ପରମ୍ପରାକୁ ବଞ୍ଚାଇବା ପାଇଁ କନ୍ଧ ରୀତିନୀତିରେ ବିବାହ କରିଛନ୍ତି । କଲାହାଣ୍ଡି ଜିଲ୍‌ଲ୍ଲା ମୋଟେର ଗ୍ରାମର ରାଧା ମୋହନ ଜାନୀଙ୍କ ଝିଅ ଚନ୍ଦ୍ରିକା ଜାନୀ । ସେ ଶିକ୍ଷୟିତ୍ରୀ ଅଛନ୍ତି । ଦୁଇ ଚାକିରିଆ ଦମ୍ପତି ନିଜ ସଂସ୍କୃତିକୁ ବଂଚାଇବା ପାଇଁ ସଂପୂର୍ଣ୍ଣ କନ୍ଧ ପ୍ରଥା, ପରମ୍ପରା ଓ ରୀତିନୀତିରେ ବିବାହ କରିଥିଲେ । କନ୍ଧ ଜାତିର, ଜାନୀ ଓ ଝାଙ୍କରଙ୍କ ଉପସ୍ଥିତି ରେ ଉଭୟ ପକ୍ଷର ବୟୋଜୈଷ୍ଠ ବ୍ୟକ୍ତିଙ୍କ ଉପସ୍ଥିତରେ ଉଭୟ ନବ ଦମ୍ପତିଙ୍କୁ ବିବାହ କରାଯାଇଥିଲା । ଆଧୁନିକତାର ଚାକଚକ୍ୟ ଭିତରେ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରି ନିଜ ପ୍ରଥା, ପରମ୍ପରା ଓ ସଂସ୍କୃତିକୁ ବଞ୍ଚାଇବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିଛନ୍ତି ବୋଲି କହନ୍ତି କନ୍ଧ ସଂସ୍କୃତି ଗବେଷକ ଡିଙ୍ଗର ଭୋଇ ।

Leave A Reply

Your email address will not be published.