ବିଶିଷ୍ଟ ସାହିତ୍ୟିକ ଅମୃତଲାଲ୍ ସାହୁଙ୍କର ୭୨ତମ ଜନ୍ମଦିବସ ପାଳିତ

ଗାଇସିଲାଟ, (ପୁସ୍ତମ୍ ଯୁଆଡି) : ଉଭୟ କୋଶଲି-ସମ୍ବଲପୁରୀ ଓ ଓଡ଼ିଆ ଭାଷାରେ ସାହିତ୍ୟର ବିଭିନ୍ନ ବିଭାଗର କଲମ ଚଳେଇଥିବା ବିଶିଷ୍ଟ ସାହିତ୍ୟିକ ଅମୃତଲାଲ ସାହୁଙ୍କର ଜନ୍ମ ଦିନ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି । କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ, ଗାଇସିଲାଟ ଦ୍ୱାରା ଆୟୋଜିତ ଫେସବୁକ ଲାଇଭ୍ କାର୍ୟ୍ୟକ୍ରମରେ ଅମୃତଲାଲ୍ ସାହୁଙ୍କର ଜୀବନୀ ଓ ସାହିତ୍ୟ ସର୍ଜନା ବିଷୟରେ ଆଲୋଚନା କରିଥିଲେ ଯୁବକବି ପୁସ୍ତମ୍ ଯୁଆଡି । ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ କବି ଦିଲ୍ଲୀପ କୁମାର ସରାପ ଓ କବି ବଲ୍ଲବ ସାହୁ । ଏହା ବ୍ୟତୀତ କୋଶଲି ଡେରା ପଟଣାଗଡ଼ ପକ୍ଷରୁ ମଧ୍ୟ ଅନଲାଇନରେ ସାହୁ‌ଙ୍କର ଜନ୍ମ ଦିନ ପାଳିତ ହୋଇଯାଇଛି । କୋଶଲି ସାହିତ୍ୟକୁ ଅମୃତଲାଲ ସାହୁ‌ଙ୍କର ଅବଦାନ ବିଷୟରେ ଆଲୋଚନା କରିଥିଲେ କବି କୃଷ୍ଣଚନ୍ଦ୍ର ଭୋଇ । ପରିଚାଳନା କରିଥିଲେ କବି ଲାଲଚନ ବଗର୍ତ୍ତି ଓ କବି ଭକ୍ତବନ୍ଧୁ ବିଶ୍ୱାଳ । ଏହାଛଡା ଢ଼େଁକି ଶାଲ୍ ଅନୁଷ୍ଠାନ(କଁସିଲ), ଉଜୁଗ୍ ଅନୁଷ୍ଠାନ(ବିଜେପୁର), ସୁନ୍ଦର-ଅର୍ଜୁନ କୋଶଲି ଅନୁଷ୍ଠାନ( ନୂଆପଡା), ନୋଡ୍ସ ବ୍ଲକ୍ ଅନୁଷ୍ଠାନ ଏବଂ ପଶ୍ଚିମ ଓଡିଶାର ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଜନ୍ମ ଦିନର ଶୁଭେଚ୍ଛା ଜଣେଇଥିଲେ ।

Leave A Reply

Your email address will not be published.