ଖରିଆର ଏନ୍‌ଏସି ୩୫୩ ରାସ୍ତା ପାର୍ଶ୍ଵରୁ ଜବରଦଖଲ ଉଚ୍ଛେଦ ଆରମ୍ଭ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖରିଆର ଏନ୍‌ଏସି ଜାତୀୟ ରାଜପଥ ୩୫୩ କଡ଼ରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଚାରି ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଉପ ଜିଲ୍ଲାପାଳ, ଦୁଇ ତହସିଲଦାର, ଆର୍‌ଆଇ, ଖରିଆର ଏସ୍‌ଡିପିଓଙ୍କ ସମେତ ତିନି ଥାନା ଅଧିକାରୀ ଉପସ୍ଥିତ ଅଛନ୍ତି ।

ଖରିଆର ଏନ.ଏ.ସି ଭିତରେ ଥିବା ଜାତୀୟ ରାଜପଥ ୩୫୩ର ଦୁଇ କଡ଼ରେ ଜବରଦଖଲ ହୋଇଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା । ଯାହା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳ ୬ଟାରୁ ଜବରଦଖଲ ଉଚ୍ଛେଦ ନେଇ ନୋଟିସ ଜାରି କରିଥିଲେ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ୍ । କିଛି ଦୋକାନୀ ନିଜ ଦୋକାନ ବଜାର ନିଜେ ଖାଲି କରିଥିବା ବେଳେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇ ନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଚାରି ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

Leave A Reply

Your email address will not be published.