ମୋଟଙ୍ଗାରେ ଯୁବକଙ୍କୁ ହାଣି ହତ୍ୟା ଘଟଣା : ମୁଖ୍ୟ ଅଭିଯୁକ୍ତ ଗଲେ ଜେଲ

ଢେଙ୍କାନାଳ, (ତାପସ ଦାସ) : ଯୁବକଙ୍କୁ ହାଣି ହତ୍ୟା ମାମଲାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତ ପ୍ରକାଶ ପ୍ରଧାନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଏହା ସହ ୫ ଜଣଙ୍କୁ ଅଟକ ରଖି ଜେରା କରିଛି ପୋଲିସ । କମ୍ପାନୀର ଠିକା କାମ ଓ ନିର୍ବାଚନୀ ଶତ୍ରୁତା ତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରେ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଅଛନ୍ତି । ଗ୍ରାମରେ ଏବେ ମଧ୍ୟ ଚାପା ଉତେଜନା ରହିଛି, ଯାହା ଫଳରେ ପୋଲିସର ପେଟ୍ରୋଲିଙ୍ଗ କଡାକଡି ରହିଛି । ସୂଚନା ଥାଉକି, ଗତ ଶନିବାର ରାତିରେ ଦୋଳ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଗ୍ରାମର ବିକାଶ ନାୟକଙ୍କୁ ଗାଁ ଦାଣ୍ଡରେ ହାଣି ହତ୍ୟା କରାଯାଇଥିଲା ।

Leave A Reply

Your email address will not be published.