୫ ଦଫା ଦାବି ନେଇ ଗରିବ ସେନା ପକ୍ଷରୁ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ହେଉଥିବା ମନରେଗା ଯୋଜନାରେ ଦୁର୍ନୀତି ବିରୋଧରେ ଓ ଅସଲି ଶ୍ରମିକ ଯେଉଁମାନେ ସକାଳୁ ଉଠି ନିଜେ କଷ୍ଟ କରିଥାନ୍ତି ସେହି ଶ୍ରମିକର ଅଧିକାର ପାଇଁ ଓ ଶ୍ରମିକମାନଙ୍କୁ ଜମି ମରାମତି, ଚହଳା, ଗାଈ ଗୁହାଳ ଓ ଛେଲି ଗୁହାଳ ଭଳି ଅନେକ ଯୋଜନାରେ ଶ୍ରମିକମାନଙ୍କୁ ସାମିଲ କରିବା ପାଇଁ ଓ କାମ ଯୋଗାଇ ଦେବା ପାଇଁ ଗରିବ ପରିବାରର ସଦସ୍ୟକୁ ରାସନ କାର୍ଡରେ ସାମିଲ କରିବା ପାଇଁ ଆଜି ଗରିବ ସେନା ସଂଗଠନ ତରଫରୁ ବ୍ଲକ ପ୍ରଶାସନକୁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ସମସ୍ୟା ଉପରେ ଆଲୋଚନା କରି ଶୀଘ୍ର ସମାଧାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦେଇଛନ୍ତି । କଣ୍ଟାବାଞ୍ଜି ଗରିବ ସେନାର ସଭାପତି ଦିନେଶ ତାଣ୍ଡିଙ୍କ ନେତୃତ୍ୱରେ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତୀ ସେଠିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଶତାଧିକ କର୍ମକର୍ତ୍ତାମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

error: Content is protected !!