ପ୍ରାୟ ୧୫ ଲକ୍ଷ ଟଙ୍କା ଗାୟବ ପାରାଦୀପ ବ୍ୟାଙ୍କରୁ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରଦୀପ ନିକଟସ୍ଥ ପାରାଦୀପ ଗଡ଼ ବଜାରରେ ଥିବା ୟୁନିୟନ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭ ଶହ ୮୦ ଟଙ୍କାର କଏନ୍ ଗାୟବ । ଏ ସଂପର୍କରେ ବ୍ୟାଙ୍କ ପରିଚାଳକ ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ମୁତାବକ, ୨୦୧୬ ବର୍ଷଠାରୁ ୨୦୨୧ ବର୍ଷ ମଧ୍ୟରେ ଏଭଳି ଘୋଟାଲା ହୋଇଥିବା ବ୍ୟାଙ୍କ ଅଡିଟ୍ ବେଳେ ଜଣାପଡ଼ିଛି । ଏନେଇ ପୂର୍ବରୁ ବ୍ୟାଙ୍କରେ ଦୁଇଜଣ ପରିଚାଳକ ଭାବରେ କାର୍ଯ୍ୟ କରୁଥିବା ଅମରଜୀତ ପଣ୍ଡା ଏବଂ ଶିବ ଶଙ୍କର ପାଢ଼ୀ ଓ ଦୁଇଜଣ କର୍ମଚାରୀ ସଂଗ୍ରାମ କିଶୋର ବେହେରା ଓ ସୌରଭ ସୋରେନଙ୍କ ନାମରେ ପାରାଦୀପ ଲକ୍ ଥାନାରେ ଏତଲା ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.