ଡିୱାଇଏଫ୍‌ଆଇର ୪୬ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ (ଡିୱାଇଏଫ୍‌ଆଇ)ର ୪୬ତମ ପ୍ରତିଷ୍ଠା ଦିବସ ଆଜି ସଂଗଠନର ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟାଳୟ ସ୍ଥାନୀୟ ସେକ୍ଟର ୧୬ ଠାରେ ପତାକା ଉଉୋଳନ ଓ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ଶେଖର ଶର୍ମା ପତାକା ଉତ୍ତୋଳନ କରିଥିଲେ । କାର୍ଯ୍ୟକ୍ରମରେ ସଂଗଠନର ପୂର୍ବତନ ଜିଲ୍ଲାପାଳ ସଭାପତି ତଥା ଆଇନଜୀବୀ ରାଜକିଶୋର ପ୍ରଧାନ ଯୋଗଦେଇ କହିଥିଲେ ଯେ, ଶହୀଦ ଭଗତ ସିଂହଙ୍କ ଆଦର୍ଶ ଓ ବିଚାରଧାରାକୁ ନେଇ ଆଜିର ଦିନରେ ନଭେମ୍ବର ୩ ତାରିଖ ୧୯୮୦ ମସିହାରେ ସଂଗ୍ରାମୀ ମାଟି ପଞ୍ଜାବର ଲୁଧିଆନା ସହରରେ ସଂଗଠନ ତାଙ୍କ ପ୍ରଥମ ସମ୍ମିଳନୀ କରି ପ୍ରତିଷ୍ଠା ଘୋଷଣା କରିଥିଲା । ଆଜି ଶହୀଦ ଭଗତ ସିଂହଙ୍କ ଦ୍ଵାରା ଗଠିତ ନୌଜବାନ ସଭାର ୧୦୦ତମ ବାର୍ଷିକୀ ପାଳନ ଡିୱାଇଏଫ୍‌ଆଇ ପଞ୍ଜାବରେ ପାଳନ କରାଯାଉଥିବା ବେଳେ ବିଗତ ୪୫ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସମସ୍ତଙ୍କୁ ଶିକ୍ଷା ଓ ଶିକ୍ଷା ଶେଷରେ ନିଯୁକ୍ତି, ବେକାରଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି, ଅପସଂସ୍କୃତି ଓ ଅନ୍ଧବିଶ୍ୱାସ ବିରୁଦ୍ଧରେ ଯୁବ ସମାଜକୁ ଏକଜୁଟ କରି ଐକ୍ୟବଦ୍ଧ ଆନ୍ଦୋଳନ କରିବା ସହିତ ଏକ ସର୍ବବୃହତ ସଂଗଠନ ଭାବରେ ପ୍ରତିଷ୍ଠା କରିବା ପାଇଁ ଆଜି ଦିନରେ ଶପଥ ନେବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡିୱାଇଏଫ୍‌ଆଇ ରାଉରକେଲା ଆଂଚଳିକ କମିଟି ସଭାପତି ସତ୍ୟମ ତନ୍ତୀ, ସଂପାଦକ ଲଲାଟେନ୍ଦୁ ନାୟକ, କାଞ୍ଚନୀ ଦେହୁରୀ, ପରେଶ ମହାନ୍ତି, ପୂର୍ବତନ ଯୁବନେତା ବିଶ୍ଵଜିତ ମାଝୀ, ପ୍ରଭାତ ମହାନ୍ତି, ଦିବାକର ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.