ପୁଣି ଫେରିଲା କରୋନା : ଆକ୍ରାନ୍ତ ହେଲେ ଦମ୍ପତ୍ତି

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପିଠାପଡା ଗ୍ରାମର ପତିପତ୍ନୀଙ୍କୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ପିଠାପଡା ଗ୍ରାମର ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସୁବିଧା ହେବାରୁ ସେହି ମହିଳାଙ୍କୁ ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଙ୍କୁ ମହିଳାଙ୍କ ସ୍ୱାମୀ ନେଇଥିଲା । ହେଲେ ହସ୍‌ପିଟାଲ୍‌ରେ ଉକ୍ତ ମହିଳାଙ୍କୁ କରୋନା ଟେଷ୍ଟ୍‌ କରିଥିବା ବେଳେ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡିଥିଲା । ପରେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ କରୋନା ଟେଷ୍ଟ କରିଥିବା ବେଳେ ସେ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଉକ୍ତ ପତିପତ୍ନୀ ଛତିଶଗଡ଼କୁ ନିଜ ପେଟପାଟଣା ପାଇଁ ଯାଇଥିବା ବେଳେ କିଛିଦିନ ହେଲା ନିଜ ଗାଁକୁ ଫେରିଥିଲେ । ଏଠାରେ ପହଞ୍ଚିବା କିଛିଦିନ ପରେ ପତ୍ନୀଙ୍କ ଦେହ ଅସୁସ୍ଥ ହେବାରୁ ସ୍ୱାମୀ ଚିକିତ୍ସା ପାଇଁ ସିନାପାଲି ହସପିଟାଲ ଆଣିଥିଲେ । ହେଲେ ହସପିଟାଲରେ ପତ୍ନୀଙ୍କ କରୋନା ଟେଷ୍ଟ୍‌ ପଜିଟିଭ୍‌ ହେବାପରେ ପତିଙ୍କୁ ମଧ୍ୟ କରୋନା ଟେଷ୍ଟ୍‌ କରାଯାଇ ଥିଲାବେଳେ ପତିଙ୍କ ପଜିଟିଭ୍‌ ଚିହ୍ନଟ ହୋଇଥିଲା । ପରେ ହସ୍‌ପିଟାଲ୍‌ ତରଫରୁ ଏକ ଡାକ୍ତରୀ ଟିମ୍‌ ପିଠାପଡାକୁ ପହଞ୍ଚି ପରିବାରର ୧୯ ଜଣ ସଦସ୍ୟଙ୍କୁ କରୋନା ଟେଷ୍ଟ କରିଥିବା ବେଳେ କାହାରିକୁ ମଧ୍ୟ କରୋନା ହୋଇନଥିବା ସୁଚନା ମିଲିଛି ।

Leave A Reply

Your email address will not be published.