oom

ଟ୍ରାକ୍ଟର ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ଟ୍ରାକ୍ଟର ଉଦ୍ଧାର

jsmm

ନୂଆପଡା, (ନିରାକାର ମେହେର) : ଗତ ୧୪ ତାରିଖ ଦିନ ସିନାପାଲି ବ୍ଲକ ଅନ୍ତର୍ଗତ ଝାରବନ୍ଦ ପଞ୍ଚାୟତର କନ୍ଦାମୁଣ୍ତା ଗ୍ରାମର ମହାଦେବ ବାଗ (୪୭) ନିଜ ଟ୍ରାକ୍ଟର ଚୋରି ହୋଇଥିବା ନେଇ ସିନାପାଲି ଥାନାରେ ଅଭିଯୋଗ କରିଥିଲେ । ଏନେଇ ସିନାପାଲି ଥାନାରେ କେସ ନମ୍ୱର ୬୯/୨୨ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଅଭିଯୁକ୍ତ ଦେଭୋଗ ଥାନା ଫକଟପଡା ଗ୍ରାମର ଭିମ ଠାକୁର (୨୯) ବୋଲି ଜଣାପଡିଥିବା ବେଳେ ସିନାପାଲି ପୋଲିସ ଟ୍ରାକ୍ଟରକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରି କୋଟ୍ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ଦିନ କନ୍ଦାମୁଣ୍ତା ଗ୍ରାମର ମହାଦେବ ବାଗ ଟ୍ରାକ୍ଟର ଚୋରୀ ହୋଇଥିବା ନେଇ ଅଭିଯୋଗ କଲା ପରେ ଉକ୍ତ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ହେଲେ ଗତ ମଙ୍ଗଲବାର ଦିନ ବିଶେଷ ସୁତ୍ରରୁ ଖବର ପାଇ ଖଡିଆଳ ଏସ୍‌ଡିପିଓ ସନ୍ତକ ଜୈନାଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ଥାନା ଅଧିକାରୀ ଡମ୍ୱରୁଧର ପ୍ରଧାନଙ୍କ ନେତୃତ୍ୱରେ ତଦନ୍ତକାରୀ ଅଫିସର୍‌ ଏସ୍‌ଆଇ ହରେକୃଷ୍ଣ ଜାନି, ଏସ୍‌ଆଇ ଗୌରିଶଙ୍କର ଦାସ, ଧର୍ମେନ୍ଦ୍ର ମାଝି ସମେତ ପୋଲିସ କର୍ମଚାରୀ ଏକ ଟିମ୍‌ ପ୍ରସ୍ତୁତ କରି ଦେଭୋଗ ଥାନା ପୋଲିସ ସାହାଯ୍ୟରେ ଅଭିଯୁକ୍ତଙ୍କ ଗାଁରେ ଚଢାଉ କରି ଗିରଫ କରିଥିଲେ । ପରେ ଅଭିଯୁକ୍ତଙ୍କୁ ଟ୍ରାକ୍ଟର ବିଷୟରେ ପଚାରିବାରୁ କୁସୁମଯୋର ଗ୍ରାମର ଏକ ଜଙ୍ଗଲରେ ଟ୍ରାକ୍ଟରକୁ ଲୁଚାଇ ଥିବା ଯାଣି ସେହି ସ୍ଥାନରୁ ଟ୍ରାକ୍ଟରକୁ ଜବତ କରିଛନ୍ତି । ଟ୍ରାକ୍ଟର ନମ୍ୱର ସିଜି୦୪ଏମ୍‌ଏଲ୍‌୬୫୭୩ ଓ ଟ୍ରଲି ନମ୍ୱର ସିଜି ୦୪ଏମ୍‌ଏଲ୍‌୮୦୩୩ ବୋଲି ଜଣାପଡିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ରାଜ୍ୟର ଚୋର ବୋଲି ଅଧିକ ପଚରା ଉଚରା କରିବାକୁ ସିନାପାଲି ପୋଲିସ ତରଫରୁ ବେଲ୍ ନ ଦେବାକୁ ମାଜିଷ୍ଟ୍ରେଟ୍ ପାଖରେ ନିବେଦନ କରାଯାଇଥିବା ବେଳେ ଖଡିଆଳ କାରାଦଣ୍ଡରେ ଅଭିଯୁକ୍ତ ରହିଥିବା ସୂଚନା ମିଳିଛି ।

jittmm
Leave A Reply

Your email address will not be published.