ଆଦର୍ଶ ପାଠାଗାରର ବିଷୁବ ମିଳନ ପାଇଁ ଚିତ୍ରାଙ୍କନ ପ୍ରତିଯୋଗିତା ଆସନ୍ତା ୩ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ତଥା ପୁରାତନ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାର ଆନୁକୂଲ୍ୟରେ ଆଗାମୀ ଏପ୍ରିଲ ମାସ ୧୪ ତାରିଖ ଦିନ ହେବାକୁ ଥିବା ବିଷୁବ ମିଳନ ପାଇଁ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ମାର୍ଚ୍ଚ ମାସ ୨୫ ତାରିଖ ଠାରୁ ଏପ୍ରିଲ ମାସ ୨ତାରିଖ ପର୍ଯ୍ୟନ୍ତ ସନ୍ଧ୍ୟା ୭ଟା ୩୦ରୁ ୮ଟା ୩୦ ପର୍ଯ୍ୟନ୍ତ ନାମ ପଞ୍ଜିକୃତ କରାଯିବ । କେବଳ ରବିବାରଦିନ ଦିବା ୧୦ଟା ୩୦ ମିନିଟ୍ ରୁ ୧୨ଟା୩୦ ପର୍ଯ୍ୟନ୍ତ ପଞ୍ଜିକୃତ କରାଯିବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ୪ଟି ଗୃପ କରାଯାଇଛି । ନର୍ସରୀରୁ ୟୁକେଜି “ଏ” ଗୃପ, ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀ “ବି”ଗୃପ, ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ “ସି”ଗୃପ ଓ ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ “ଡି” ଗୃପ କରାଯାଇଛି । ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୨୦ ଟଙ୍କା ଲେଖାଏଁ ଦେବାକୁ ହେବ । ଅଲଗା ଅଲଗା ଗୃପ ପାଇଁ ପ୍ରତିଯୋଗିତାର ବିଷୟବସ୍ତୁ ଆଦର୍ଶ ପାଠାଗାରର ନୋଟିସ୍ ବୋର୍ଡରେ ଉପଲବ୍ଧ କରାଯିବ । ଆସନ୍ତା ଏପ୍ରିଲ ମାସ ୩ ତାରିଖ ଦିନ ଆଦର୍ଶ ପାଠାଗାର ସ୍ଥିତ ସାହିତ୍ୟ ଘରଠାରେ ଦିବା ୧୦ ଘଟିକାରୁ ଆରମ୍ଭ ହେବ । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆସନ୍ତା ଏପ୍ରିଲ ମାସ ୧୪ ବିଷୁବ ମିଳନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ପାଠାଗାରର ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଜଣାଇଛନ୍ତି ।

Leave A Reply

Your email address will not be published.