ପରିବା ବ୍ୟବସାୟୀଙ୍କ ଉପରେ ଚଢିଲା ଟ୍ରକ୍‌

ବଣାଇ : ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଗମଲେଇ ସାପ୍ତାହିକ ବଜାର ନିକଟରେ ଦୁର୍ଘଟଣା । ପରିବା ବ୍ୟବସାୟୀଙ୍କ ଉପରେ ଚଢିଗଲା ଟ୍ରକ୍‌ । ଯାହାଫଳରେ ଏହି ଦୁର୍ଘଟଣାରେ ରାଉରକେଲାର ପରିବା ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ହେଉଛି ପ୍ରଦୀପ ନାଏକ । ସୂଚନା ଅନୁଯାୟୀ, ପରିବା ବ୍ୟବସାୟୀ ପ୍ରଦୀପ ନାଏକ ଗମଲେଇ ସାପ୍ତାହିକ ବଜାରକୁ ଯାଉଥିଲେ । ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ତାଙ୍କ ଉପରେ ଚଢିଯାଇଥିଲା । ଯାହାଫଳରେ ଏହି ଘଟଣାସ୍ଥଳରେ ହିଁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିଲା । ସେପଟେ ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଲହୁଣୀପଡ଼ା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବା ବ୍ୟବସାୟୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Leave A Reply

Your email address will not be published.