p purohi

ୟୁପି ଯୁବତୀଙ୍କୁ ବର୍ବର ଧର୍ଷଣ ଓ ହତ୍ୟା ଘଟଣା : ହତ୍ୟାକାରୀମାନଙ୍କୁ ଫାଶି ଦାବୀରେ ଏଆଇଡିଏସ୍‌ଓ, ଏଆଇଡିୱାଇଓ, ଏଆଇଏମ୍‌ଏସ୍‌ଏସ୍‌ର ବିକ୍ଷୋଭ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶର ହଥରାସ ଠାରେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କର ବର୍ବର ଧର୍ଷଣ ଓ ହତ୍ୟା ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀମାନଙ୍କୁ ଫାଷ୍ଟଟ୍ରାକ୍‌ କୋର୍ଟରେ ତୁରନ୍ତ ବି·ର କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଅଶ୍ଲିଳ ସିନେମା, ସଂଗୀତ ୱେବ୍‌ସାଇଟ୍‌ ସଂପୂର୍ଣ୍ଣ ବନ୍ଦ କରିବା, ମଦ ତଥା ମାଦକ ଦ୍ରବ୍ୟ ବନ୍ଦ କରିବା ତଥା ମହିଳାମାନଙ୍କୁ ସୁରକ୍ଷା ଯୋଗାଇ ଦେବା ଦାବୀରେ ଆଜି ଏଆଇଡିଏସ୍‌ଓ ତରଫରୁ ସର୍ବଭାରତୀୟ କଳା ଦିବସ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ପ୍ରତିବାଦ କରାଯାଇଥିଲା । ଏହି ପ୍ରତିବାଦ ବିକ୍ଷୋଭରେ ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ସର୍ବ ଭାରତୀୟ କାଉନସିଲର୍‌ ସୁନୀଲ ଭୋଇ, ମମତା ନାୟକ, ବିମଳ ଭୋଇ, ମିଲି ବାଗ ସହ ବହୁ ସଦସ୍ୟ ସାମିଲ ଥିଲେ ।

nrusinghnath
Leave A Reply

Your email address will not be published.