ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପ୍ରଥମ ଥର ନିମନ୍ତେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଚୟନ ହୋଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନଲାଇନ ମୂଲ୍ୟାୟନ କେନ୍ଦ୍ର ହୋଇଥିବା ବେଳେ ଗତ ତିନିବର୍ଷ ହେବ ଅଫଲାଇନରେ +୨ କଳା ବିଭାଗର ମୂଲ୍ୟାୟନ କେନ୍ଦ୍ର ବେଶ୍ ଦକ୍ଷତାର ସହ ଜାରି ରହିଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିଭୁତି ଭୂଷଣ ଆଚାର୍ଯ୍ୟ ଉଭୟ ମୂଲ୍ୟାୟନ କେନ୍ଦ୍ର ଜୋନ୍ ସୁପରଭାଇଜର ଭାବେ କାର୍ଯ୍ୟ ତୁଳାଉଛନ୍ତି । ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଭଳି ପାୱାର ଟାୱାର ଉପରେ ଭରସା ନ ଥିବା ଜିଲ୍ଲା ସଦର ମହକୁମା ଫୁଲବାଣୀ ପରେ ଏହା ଦ୍ୱିତୀୟ ଅନ୍ଲାଇନ୍ ଅଫ୍ଲାଇନ୍ ମୂଲ୍ୟାୟନ କେନ୍ଦ୍ର ହୋଇପାରିଛି । ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗର ଏହା ଏକ ସମୟୋଚିତ ଅଭିନବ ପ୍ରୟାସକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି । ଏହି ମୂଲ୍ୟାୟନର ପ୍ରଥମ ପର୍ଯ୍ୟାୟ ଅପ୍ରେଲ ୨ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖରେ ସରିବାକୁ ଥିବା ବେଳେ ଏହାର ଦ୍ୱିତୀୟ ପର୍ଯ୍ୟାୟ ୧୫ ଅପ୍ରେଲରେ ଆରମ୍ଭ ହୋଇ ୨୫ ତାରିଖରେ ଶେଷ ହେବ ବୋଲି ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।
Next Post