om academy

କ୍ଷେତ୍ର ପରିଦର୍ଶନ କରି ଲୋକଙ୍କ ସମସ୍ୟା ଶୁଣିଲେ ରଘୁନାଥପାଲ୍ଲୀ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣ୍ଣି ସୋମବାର ରାଉରକେଲା ଝାରମୁଣ୍ଡା, ଟାଙ୍ଗରପାଲି ଅଧୀନରେ ଥିବା ବିଭିନ୍ନ ବସ୍ତି ଗସ୍ତ କରି ଲୋକଙ୍କ ସମସ୍ୟା ଗୁଡ଼ିକ ପଚାରି ବୁଝିଥିଲେ । ଉଭୟ ବିଧାୟକ ଓ ଅତିରିକ୍ତ ଜିଲ୍ଲାପାଳ ମୁଣ୍ଡା ବସ୍ତି, କାଟେ ବସ୍ତି, ଭାଟା ବସ୍ତି, ଚର୍ଚ୍ଚ ବସ୍ତି, ସମରା ବସ୍ତି, ବିଜୁବନ୍ଧ, ରେଙ୍ଗାଡିହି ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହ ଏଗୁଡ଼ିକର ସମାଧାନ ଯଥାଶୀଘ୍ର କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲୋକଙ୍କ ସହ ଆଲୋଚନା କାଳରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ଉପରେ ଗୁରୁତ୍ଵାରୋପ କରିଥିଲେ । ବସ୍ତି ଅଞ୍ଚଳରେ ଯାତାୟତ ପାଇଁ ରାସ୍ତା ସଂଯୋଗୀକରଣ ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସେ କହିଥିଲେ । ଏଥି ସହ ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରାରମ୍ଭିକ ଶିକ୍ଷା ନିମନ୍ତେ ଅଙ୍ଗନୱାଡ଼ି କେନ୍ଦ୍ରର ନିର୍ମାଣ ଏବଂ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପ୍ରତିଷ୍ଠା କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ । ଏହା ସହ ସ୍ଥାନୀୟ ଅଞ୍ଚଳରେ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ ଶୌଚାଳୟର ନିର୍ମାଣ କରିବା ଉପରେ ସେ ଧ୍ୟାନ ଦେଇଥିଲେ । ଏହି ଗସ୍ତ ସମୟରେ ଆର୍‌ଏମ୍‌ସି ସହକାରୀ ଅଜିତ କୁମାର ପଟ୍ଟନାୟକ, ତହସିଲଦାର ନିବେଦିତା ପ୍ରଧାନଙ୍କ ସହ ବିଭିନ୍ନ ସରକାରୀ ଏବଂ ଆର୍‌ଏମ୍‌ସିର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.