ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଆଜି ଠାରୁ ଡୁମେରବାହାଲ ୩୩ କେଭି. ଫିଡ଼ରରୁ ବିକଳ୍ପ ବିଦ୍ୟୁତ ସରବରାହ ବ୍ୟବସ୍ଥାର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିଠାରୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌କୁ ଡୁମେରବାହାଲ ୩୩ କେଭି. ଫିଡ଼ରରୁ ବିକଳ୍ପ ବିଦ୍ୟୁତ ସରବରାହ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଭୀମ ଭୋଇ ମେଡ଼ିକାଲ କଲେଜ ସ ହସ୍‌ପିଟାଲର ମେଡ଼ିକାଲ ଅଧିକ୍ଷକ ଡା. ମହେନ୍ଦ୍ର ନାୟକ, ଟି.ପି.ଡବ୍ଲ୍ୟୁ.ଓ.ଡି.ଏଲ୍‌. ବୁର୍ଲାର ଚିଫ୍‌ ଅପରେସନ୍‌ ସୁମିତ ଘୋଷ, ଅଧିକ୍ଷଣ ଯନ୍ତ୍ରୀ ରଂଜନ କୁମାର ନାୟକ, ନିର୍ବାହୀ ଯନ୍ତ୍ରୀ ଆଶୁତୋଷ ଘୋଷ, ଉପଖଣ୍ଡ ଅଧିକାରୀ ସତ୍ୟନାରାୟଣ ସାହୁ, ଅଫିସର ଦେବଦତ୍ତ ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ୩୩ କେଭି ଡୁମେରବାହାଲ ଫିଡ଼ର ଦ୍ୱାରା ବିବିଏମ୍‌ସିଏଚ୍‌କୁ ବିଦ୍ୟୁତ ଯୋଗାଣର ଶୁଭାରମ୍ଭ କରାଯାଇଥିଲା । ଏହାଦ୍ୱାରା ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସପିଟାଲ୍‌କୁ ନୀରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରିବ । ଏହା ପୂର୍ବରୁ ୩୩ କେଭି. ବୌଦ୍ଧ ଫିଡର ଦ୍ୱାରା ବିବିଏମ୍‌ସିଏଚ୍‌କୁ ବିଦ୍ୟୁତ ଯୋଗାଣ କରାଯାଉଥିଲା ଓ ଅନେକ ସମୟରେ ବିଦ୍ୟୁତ ସରବରାହରେ ବ୍ୟାଘାତ ସୃଷ୍ଟି ହେଉଥିଲା । ଟି.ପି.ଡବ୍ଲ୍ୟୁ.ଓ.ଡି.ଏଲ୍‌. ଆନୁକୂଲ୍ୟରେ ଆଜିଠାରୁ ଡୁମେରବାହାଲ ୩୩ କେଭି. ଫିଡର୍‌ରୁ ବିକଳ୍ପ ବିଦ୍ୟୁତ ସରବରାହ ବ୍ୟବସ୍ଥା ଦ୍ୱାରା ବିଦ୍ୟୁତ ଯୋଗାଣ କରାଯାଉଛି ।

jittmm
Leave A Reply

Your email address will not be published.