om academy

ଝଡ଼ବର୍ଷା ଓ ବାତ୍ୟା ଗୁଲାବ ପାଇଁ ଜିଲ୍ଲାପ୍ରଶାସନର ଥଇଥାନ ଜାରି : ଜିଲ୍ଲାରେ ସର୍ବମୋଟ ୬୫୨୬ଜଣଙ୍କୁ ନିରାପଦ ସ୍ଥଳକୁ ସ୍ଥାନାନ୍ତର

jsm
  • ସମୁଦାୟ ୩୩୩ ଗର୍ଭବତୀ ମହିଳାମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର
    ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ମାଧ୍ୟମ ଧରଣର ବର୍ଷା ଓ ରବିବାର ରାତି ୮ ଘଣ୍ଟା ବେଳକୁ ପବନର ବେଗ ଘଣ୍ଟାକୁ ୫୦ରୁ ୬୦ କିମି ଥିବା ବେଳେ ଏବେ ବି ଝଡ଼ବର୍ଷା ଲାଗି ରହିଛି । ରାଜପଥରେ ସ୍ଥାନେ ସ୍ଥାନେ ବଡ଼ ବଡ଼ ଗଛପଡ଼ି ରାସ୍ତା ଅବରୋଧ ହୋଇ ରହିଥିବା ଜଣାଯାଇଛି । ସାମୁଦ୍ରିକବାତ୍ୟା ଗୁଲାଵ ଜନିତ ଜନଜୀବନ ସୁରକ୍ଷା ନିମନ୍ତେ ଜିଲ୍ଲାପ୍ରଶାସନର ଅହରହ ପ୍ରଚେଷ୍ଟା ଜାରି ରହିଛି । ଜିଲ୍ଲାରେ ନଦୀ ଓ ସମୁଦ୍ର କୂଳିଆ, ଉପକୂଳ/ତଟବର୍ତ୍ତୀ ଅଞ୍ଚଳ ରହୁଥିବା ଜନବସ୍ତି, କଚ୍ଚାଘର ମାନଙ୍କରେ ରହୁଥିବା ଗରୀବ ଲୋକମାନଙ୍କୁ ନିରାପଦ ସ୍ଥଳକୁ ଥଇଥାନ ଜାରୀ ରହିଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରେ ଯେପରି ଜିରୋ କାଜୁଆଲିଟି ରହିବ ସେଥିନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥାପନା କରାଯାଉଛି । ଏପର୍ଯ୍ୟନ୍ତ ଗ୍ରାମାଞ୍ଚଳରେ ୯୪୧ଗୋଟି ଏବଂ ସହରାଞ୍ଚଳରେ ୩୦ ଗୋଟି ବାତ୍ୟା ଆଶ୍ରୟ ସ୍ଥଳ ଚିହ୍ନଟ କରାଯାଇ ତହିଁରେ ଲୋକଙ୍କୁ ଥଇଥାନ କରାଯାଉଅଛି । ୬୫ ଗ୍ରାମପଞ୍ଚାୟତର ୧୦୧ ଗୋଟି ଗ୍ରାମର ୫୦୧୮ ଜଣଙ୍କୁ ଏବଂ ସହରାଞ୍ଚଳର ୨୦ ଟି ୱାର୍ଡର ୧୫୦୮ ଜଣଙ୍କୁ ଉକ୍ତ ଆଶ୍ରୟ ସ୍ଥଳ ମାନଙ୍କରେ ଥଇଥାନ କରାଯାଇଅଛି । ସର୍ବୋପରି ସମୁଦାୟ ୩୩୩ ଜଣ ଗର୍ଭବତୀ ମହିଳା ମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ତଥା ସୁରକ୍ଷିତ ସ୍ଥାନରେ ସ୍ଥାନାନ୍ତରୀତ କରାଯାଇ ସେମାନଙ୍କର ଚିକିତ୍ସା ଓ ଯଥାବିଧି ଯତ୍ନ ନିଆଯାଉଛି । ସମସ୍ତ ବାତ୍ୟାଶ୍ରୟ ସ୍ଥଳ ଏବଂ ନିରାପଦ ସ୍ଥାନଗୁଡିକରେ ଚିକିତ୍ସା ନିମନ୍ତେ ଡାକ୍ତରୀଟିମ୍ ଏବଂ ରନ୍ଧାଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯାଇଅଛି ବୋଲି ସରକାରୀ ସୂତ୍ରରୁ ଜଣାଯାଇଛି । ଫାୟାର ବ୍ରିଗେଡ଼ିଅର ଅବା ଦମକଳ ବାହିନୀ, ଓଡ୍ରାଫଟିମ୍, ପୋଲିସ, ଅଙ୍ଗନାବାଡ଼ି, ଆଶାଦିଦି, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲାପ୍ରଶାସନ ସାମୂହିକ ଭାବେ ଥଇଥାନ କାର୍ଯ୍ୟରେ ନିୟୋଜିତ ଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାପାଳ ପ୍ରମୁଖ ସମୁଦ୍ରକୂଳ ଜନବସତି ବୁଲି ପ୍ରତ୍ୟକ୍ଷ ତଦାରଖ କରୁଛନ୍ତି ।
Leave A Reply

Your email address will not be published.