ବଜ୍ରକାପ୍ତା ଉଦ୍ଧାର

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବନ ବିଭାଗ ଅଧୀନରେ ଥିବା ଡୁଙ୍ଗୁରିପାଲି ବ୍ଲକ ଚନ୍ଦଲି ଗାଁରୁ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଚନ୍ଦଲି ଗାଁର ଯୋଗୀନ୍ଦ୍ରଙ୍କ ଘର ପାଖରେ ବଜ୍ରକାପ୍ତାଟି ବୁଲୁଥିବା ଦେଖି ସେ ବଜ୍ରକାପ୍ତାକୁ ଉଦ୍ଧାର କରି ନିଜ ଘରକୁ ନେଇଥିଲେ ଓ ଖବର ପାଇ ବିନିକା ଓ ରାମପୁର ଫରେଷ୍ଟର ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରିଛନ୍ତି । ଏହାର ଲମ୍ବ ଏକ ମିଟର ରହିଥିବା ବେଳେ ଓଜନ ୧୨ କିଲୋଗ୍ରାମ ରହିଥିବା ଜଣାପଡ଼ିଛି । ତେବେ ଏହି ବଜ୍ରକାପ୍ତାଟି ଚନ୍ଦଲି ନିକଟରେ ଥିବା ଅଡାକଶା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.