ଜିଲ୍ଲା ଯୋଜନା ଓ ପର୍ୟ୍ୟାଲୋଚନା କାର୍ୟ୍ୟାଳୟ ଠାରେ ପଶ୍ଚିମ ଓଡିଶା ବିକାଶ ପରିଷଦର ସମୀକ୍ଷା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ ଜିଲ୍ଲା ଯୋଜନା ଓ ପର୍ୟ୍ୟାଲୋଚନା କାର୍ୟ୍ୟାଳୟ ସଭାକକ୍ଷରେ ପଶ୍ଚିମ ଓଡିଶା ବିକାଶ ପରିଷଦର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର୍ୟ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ପଟେଲ ଅଧ୍ୟକ୍ଷତା କରିବା ସହ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଦିଗଦର୍ଶନ ଉପରେ ଆଲୋକପାତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାରେ ହସ୍ତ ତନ୍ତ ଓ ବୟନ ଶିଳ୍ପ, କୃଷି ଏବଂ କ୍ଷୁଦ୍ର ଓ ଲଘୁ ଉଦ୍ୟୋଗରେ ଉନ୍ନତି ଆଣିବା ପାଇଁ ଅଧିକ ସଂଖ୍ୟାରେ ଶିଳ୍ପଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବାପାଇଁ ପରାମର୍ଶ ଦେଇଥିଲେ ।

ଏହି ଜିଲ୍ଲା ସମ୍ପୂର୍ଣ୍ଣ କୃଷିଭିତ୍ତିକ ଜିଲ୍ଲା ହୋଇଥିବାରୁ କୃଷିଭିତ୍ତିକ ସମ୍ପଦକୁ ସୁବିନିଯୋଗ କରି ଅଧିକ ସଂଖ୍ୟକ କୃଷି ଭିତ୍ତିକ ଶିଳ୍ପ ପାଇଁ ଆଗ୍ରହ ସୃଷ୍ଟି ପାଇଁ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦେଶକ ଡୋଲାମଣି ପଟେଲ ଜିଲ୍ଲାର ସୋନପୁର ଓ ବୀରମହାରାଜପୁର ବ୍ଲକରେ କାର୍ୟକାରୀ କରାଯାଇଥିବା ଲେମନ ଗ୍ରାସ ଚାଷ ଓ ତେଲ ପ୍ରକିୟା କରଣ ଶିଳ୍ପ ବିଷୟରେ ବୈଠକରେ ଆଲୋଚନା କରିଥିଲେ । ମୁଖ୍ୟ କାର୍ୟ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଟେଲ ଜିଲ୍ଲାରେ କାର୍ୟ୍ୟକାରୀ ହେଉଥିବା ପଶ୍ଚିମ ଓଡିଶା ବିକାଶ ପରିଷଦର ବିଭିନ୍ନ ପ୍ରକଳ୍ପ ଗୁଡିକର ଅଗ୍ରଗତି, ବିନିଯୋଗ ପ୍ରମାଣ ପତ୍ର ଓ ସେଗୁଡିକୁ ଶୀଘ୍ର ସାରିବା ପାଇଁ ପରାମର୍ଶ ଦେଇଥିଲେ ।

ଉକ୍ତ ବୈଠକରେ ଜିଲ୍ଲା ଯୋଜନା ଓ ପର୍ୟ୍ୟାଲୋଚନା ଉପନିର୍ଦେଶକ ସୁଧାଂଶୁ ଶେଖର ବାରିକ, ନିର୍ବାହୀ ଯନ୍ତ୍ରୀ କୋଠା-ବାଡ଼ି ଦାମୋଦର କୈବର୍ତ୍ତ ଓ ସମ୍ପୃକ୍ତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

error: Content is protected !!