oom

କପା ଚାଷ ଉପରେ ରଣନୈତିକ ବୈଠକ

jsmm

ତୁରେକେଲା, (କେଅଳାଶ ସଗ୍ରିଆ) : ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ତଥା କାର୍ଯ୍ୟକାରୀ ସଂସ୍ଥା ନାବାର୍ଡ ଏବଂ ସିବିବିଓ ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ଗଠିତ ତୁରେକେଲା କୃଷକ ଉତ୍ପାଦକ କମ୍ପାନୀ ଦ୍ଵାରା କପାର ବିପଣନ ଉପରେ ଏକ ଦିବସୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ଗଠିତ ବଲାଙ୍ଗିର ଜିଲ୍ଲାର ଅନ୍ୟ ୧୧ଟି କୃଷକ ଉତ୍ପାଦନ କମ୍ପାନୀର ୩୦ ଜଣ ନିର୍ଦ୍ଦେଶକ/ନିର୍ଦ୍ଦେଶିକା, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ହିସାବ ରକ୍ଷକ ତଥା ବିଭିନ୍ନ କପା ବ୍ୟବସାୟୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଡ଼ଃ ବିବେକ କୁମାର ନାୟକ ଜିଲ୍ଲା ବିକାଶ ଅଧିକାରୀ ନାବାର୍ଡ ବଲାଙ୍ଗିର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାଶକ୍ତି ଫାଉଣ୍ଡେସନର ସହକାରୀ ଜିଲ୍ଲା ପରିଚାଳକ ସମ୍ପତ୍ କୁମାର ପଟେଲ, ହିସାବ ରକ୍ଷକ ରାଜେନ୍ଦ୍ର କୁମାର ମେହେର, ଭାରତୀୟ କପା ନିଗମର ପ୍ରତିନିଧି ସତିଶ ଦେସମୁଖ, କ୍ରିଏଟିଭ ଫେବ୍ରିକର ପ୍ରକଳ୍ପ ପ୍ରବନ୍ଧକ ଭାଲେରି ପତି ପ୍ରମୁଖ ଯୋଗ ଦେଇ କପା ବିପଣନ ତଥା ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

ପ୍ରଥମ ଅଧିବେଶନରେ କମ୍ପାନୀର ପରିଚାଳନା ନିର୍ଦେ୍ଦଶିକା ଶ୍ରୀମତୀ ସ୍ନିଗ୍ଧା ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୃଷକ ଉତ୍ପାଦନ କମ୍ପାନୀ ଏବଂ ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାର ସୁଯୋଗ ଏବଂ ଉପକାରିତା ବିଷୟରେ ଡ଼ଃ ବିବେକ କୁମାର ନାୟକ ଏବଂ ରାଜେନ୍ଦ୍ର କୁମାର ମେହେର ସମସ୍ତଙ୍କୁ ଅବଗତ କରାଇଥିଲେ । ଭାରତୀୟ କପା ନିଗମର ପ୍ରତିନିଧି ଶ୍ରୀ ଦେଶମୁଖ ମଧ୍ୟ କପା ନିଗମର ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ କୃଷକ ଉତ୍ପାଦକ କମ୍ପାନୀର ଉପସ୍ଥିତ ନିର୍ଦେଶକମାନେ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିଥିଲେ । ଶେଷରେ ତୁରେକେଲା କୃଷକ ଉତ୍ପାଦକ କମ୍ପାନୀର ପରିଚାଳନା ନିର୍ଦେଶିକା ଶ୍ରୀମତୀ ସ୍ନିଗ୍ଧା ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.