centurian jitm

ବାଦୀପଡା ବ୍ରିଜ ଅଧାପନ୍ତରିଆ ଅବସ୍ଥାରେ ଥିବା ନେଇ କୋଶଲ ସମନ୍ୱୟ ସମିତି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଆସନ୍ତା ୧୦ରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ

nschool

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ରାଜନେତା ମାନଙ୍କ ଅବହେଳା ଯୋଗୁଁ ୫ ଟି ପଞ୍ଚାୟତର ଲୋକେ ନିର୍ଭର କରୁଥିବା ସଇଁନ୍ତଲା- ବାଦୀପଡା ବ୍ରିଜ ବର୍ତ୍ତମାନ ପର୍ଯ୍ୟନ୍ତ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଏହି ବ୍ରିଜ କାମକୁ ନେଇ ଅନେକ ଥର ବାଦ ବିବାଦ ସୃଷ୍ଟି ହୋଇସାରିଛି । ତଥାପି କାମ ସମାପ୍ତ ହୋଇ ପାରିନାହିିଁ । ଏଥିପାଇଁ ଆଜି କୋଶଳ ରାଜ୍ୟ ଯୁବ ସମନ୍ୱୟ ସମିତି ସଇଁନ୍ତଲା ଶାଖା ସଭାପତି ଶାନ୍ତନୁ ରଣାଙ୍କ ନେତୃତ୍ୱରେ କୋଶଳ ସମନ୍ୱୟ ରାଜ୍ୟ ସାଧାରଣ ସଂପାଦକ ସିପୁନ ଖମାରି, ଜିଲ୍ଲା ଯୁବ ସଭାପତି ବନମାଳି ନାଏକ, ରଞ୍ଜନ ବୁଡେକଙ୍କ ଉପସ୍ଥିତରେ ସଇଁନ୍ତଲା ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସଙ୍ଗକୁ ନେଇ ଆସନ୍ତା ୧୦ ତାରିଖରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା- ବାଦୀପଡା ଲାଂଥ ନଦୀ ବ୍ରିଜ ଦୀର୍ଘ ବର୍ଷ ପରେ ମଧ୍ୟ ଅସମ୍ପୂର୍ଣ୍ଣ ହୋଇ ପଡ଼ି ରହିଛି । ଏହାହାକୁ ନେଇ ସ୍ଥାନୀୟ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ରାଜନେତାଙ୍କ ଅଣଦେଖା ଓ ଠିକାଦାରଙ୍କ ଅବହେଳା ଯୋଗୁଁ ଠିକ ଭାବେ କାର୍ୟ୍ୟ ସମ୍ପାଦନ ହୋଇପାରୁ ନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଆଗାମୀ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଭୋଟ ବର୍ଜନ କରିବାକୁ ମଧ୍ୟ ଚେତାବନୀ ଦେଇଛନ୍ତି ।ସୂଚନା ମତେ ଡୁଙ୍ଗୁରିପାଲି, କଅଁସର, ଘୁନସର ଭଳି ଅନେକ ପଞ୍ଚାୟତର ହଜାର ହଜାର ଲୋକେ ଏହି ବାଦୀପଡା ଦେଇ ନଦୀ ପାର ହୋଇ ଯା’ଆସ କରିଥାନ୍ତି । ତେବେ ୫ ବର୍ଷରୁ ଅଧିକ ସମୟ ହେବ ବ୍ରିଜ ସମ୍ପୂର୍ଣ୍ଣ ହେଉ ନ ଥିବା ବେଳେ ଯାତାୟାତ ପାଇଁ ସ୍କୁଲ, କଲେଜ ଛାତ୍ରଛାତ୍ରୀ ସମେତ ଗର୍ଭବତୀ ମହିଳାମାନଙ୍କ ପାଇଁ ବହୁ ସମସ୍ୟା ଦେଖାଦେଇଛି । ପ୍ରକାଶ ଥାଉ କି, ବାଦୀପଡା ନିକଟରେ ଉକ୍ତ ନଦୀ ଉପରେ ପ୍ରାୟ ୧୪ କୋଟି ଟଙ୍କା ବ୍ୟୟରେ ଏକ ପୋଲ ନିର୍ମାଣ କାର୍ୟ୍ୟ ଗତ ୧୮/୦୨/୨୦୧୬ରୁ ଆରମ୍ଭ ହୋଇଥିବା ବେଳେ ଏହି ପୋଲ ନିର୍ମାଣ କାର୍ୟ୍ୟ ଗତ ୧୪/୦୫/୨୦୧୮ ମସିହାରେ ସମାପ୍ତ ହେବା କଥା । ହେଲେ ଠିକାଦାରଙ୍କ ଅବହେଳା ଯୋଗୁଁ ବ୍ରିଜ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇ ପାରୁନାହିଁ, ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଘନଘୋର ଅସନ୍ତୋଷ ପ୍ରକାଶ ପାଇଛି । ଗତ କିଛି ଦିନ ତଳେ ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଉକ୍ତ ବ୍ରିଜର ତଦାରଖ କରିବା ପାଇଁ ଆସିଥିବା ବେଳେ ଅସନ୍ତୋଷ ଲୋକଙ୍କ ପ୍ରଶ୍ନ ବାଣରେ ଦୁଇ ମନ୍ତ୍ରୀ ଘାଇଲା ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ମନ୍ତ୍ରୀ ଟୁକୁନି ସାହୁ ଲୋକଙ୍କ ପ୍ରଶ୍ନ ଉତ୍ତର ନଦେଇ ଚୁପଚାପ ରହି ଯାଇଥିବା ବେଳେ ଲୋକେ ଅସନ୍ତୋଷ ପ୍ରକାଶ ମଧ୍ୟ କରିଥିଲେ ।

ଅଂଚଳର ଲୋକେ ବ୍ରିଜରେ ଯାତାୟାତ କରିବା ପାଇଁ ଅନେକ ସ୍ୱପ୍ନ ଦେଖୁଥିବା ବେଳେ ତାହା ଅଧାରେ ଅଟକି ରହିଛି । କେବେ ବ୍ରିିଜ କାମ ସମ୍ପୂର୍ଣ୍ଣ ହେବ, କାହାକୁ ମଧ୍ୟ ଜଣାନାହିଁ। ଅନେକ ଥର ସ୍ଥାନୀୟ ଜନସାଧାରଣ ଓ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ରାସ୍ତା ଅବରୋଧ ମଧ୍ୟ କକରିଥିଲେ । ସେହି ସମୟରେ ବର୍ଷା ନ ହେବା ଆଗରୁ କାର୍ୟ୍ୟ ସମ୍ପୂର୍ଣ୍ଣ ହେବ ବୋଲି ପ୍ରଶାସନ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ, ହେଲେ ପ୍ରତିଶ୍ରୁତି ପାଣିର ଗାର ପାଲଟିଗଲା ।

କୋଶଲ ସମନ୍ୱୟ ସମିତି ସଇଁନ୍ତଲା ଶାଖା ପକ୍ଷରୁ ଏବେ ବ୍ରିଜ ନିର୍ମାଣ ଦାବୀକୁ ଜୋର୍‌ଦାର୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆସନ୍ତା ୧୦ ତାରିଖରେ ଜଳ ସତ୍ୟାଗ୍ରହ ଆନ୍ଦୋଳନ କରାଯିବା ପାଇଁ ପୋଲିସ ପ୍ରଶାସନ, ବିଡ଼ିଓ ଓ ତହସିଲଦାରଙ୍କୁ ଲେଖିତ ଭାବେ ମଧ୍ୟ ଜଣାଇଛନ୍ତି କୋଶଲ ସମନ୍ୱୟ ସମିତିର ସଦସ୍ୟମାନେ ।

Leave A Reply

Your email address will not be published.