ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ତରଫରୁ ଅଭୂଦ୍ୟୟ-୨୦୨୫ ଆୟୋଜିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଶୈକ୍ଷିକ ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଅଗ୍ରଣୀ ବିଭାଗ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରେ ସ୍ୱାଗତ ସମାରୋହ ଉତ୍ସବ ଅଭୂଦ୍ୟୟ- ୨୦୨୫ ଆୟୋଜିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ଡ଼ଃ. ବନ୍ଦିତା କୁମାରୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରଫେସର ଗଣେଶ ସେଠୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଛାତ୍ରାବାସ ଛାତ୍ରକଲ୍ୟାଣ ପରିଷଦର ତତ୍ତ୍ୱାବଧାରକ ନିର୍ଦ୍ଦେଶକ ତଥା ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ପ୍ରଫେସର ଗଣେଶ ସେଠୀ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ସହ ପ୍ରାଧ୍ୟାପକ, ଡ଼ଃ. ଜୟନ୍ତ କୁମାର ପଣ୍ଡା, ସଂଯୋଜକ ଜାତୀୟ ସେବା ଯୋଜନା, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ, ଅଗ୍ନୀ ବେହେରା, ସହକାରୀ ପ୍ରାଧ୍ୟାପକ, ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରାଧ୍ୟାପକ ଡ଼ଃ. ଚିନୁ ବହିଦାର, ସହକାରୀ ପ୍ରାଧ୍ୟାପକ, ଡ. ନେହା ପାଣ୍ଡେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀମତୀ ସୁନନ୍ଦା ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ସ୍ୱସ୍ତି ସୁନ୍ଦର ସିୟ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିଶିର କୁମାର ପ୍ରଧାନ ସ୍ୱାଗତ କବିତା ପଠନ କରିଥିଲେ । ପରେପରେ ଅତିଥିମାନେ ନିଜେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଦ୍ୱିତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର ଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.