ଆଶିଷ ପାଣ୍ଡେ ଆମ ଆଦମୀ ପାର୍ଟିର ଜିଲ୍ଲା ସଭାପତି ଭାବେ ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) :ଆମ ଆଦମୀ ପାର୍ଟି ଜିଲ୍ଲା ଆବାହକ ଆଶିଷ ପାଣ୍ଡେ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହ ଶ୍ରୀ ପାଣ୍ଡେଙ୍କୁ ପାର୍ଟିର କେନ୍ଦ୍ରୀୟ ସଦଶ୍ୟତା ପାଇଁ ମନୋନୀତ କରାଯାଇଥିବା ସୂଚନା ରହିଛି । ଆଜି ଦଳର ପଞ୍ଜିକୃତ ସଦଶ୍ୟମାନଙ୍କ ମଧ୍ୟରେ ସଭାର ଆୟୋଜନ କରାଯାଇ ନୂତନ କର୍ମକର୍ତ୍ତା ନିର୍ବାଚିତ କରାଯାଇଥିଲା । ଏହି କ୍ରମରେ ଶ୍ରୀ ପାଣ୍ଡେଙ୍କୁ ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ନିର୍ବାଚିତ କରାଯାଇଥିଲା । ଏହି ଅବସରରେ ଆକାଶ ତ୍ରିପାଠି, ବନୀତା ପ୍ରଧାନ, ଜୋହରା ବେଗମ, ଚିନା ଧରୁଆ ଆଦି ମହିଳାନେତ୍ରୀ ଦଳରେ ବିଧିବଦ୍ଧ ଭାବେ ଯୋଗ ଦେଇ ଦଳ ତଥା ଗରିବ ଜନତାଙ୍କ ଉଦ୍ଦେଶ୍ୟରେ କାମ କରିବା ପାଇଁ ପ୍ରତିଜ୍ଞା କରିଥିଲେ । ଆମ ଆଦମୀ ପାର୍ଟିର ସୁଶାନ୍ତ ପରୁଆ, ସଙ୍କର୍ଷଣ ମହାପାତ୍ର, ହିତେଶ ବଗର୍ତ୍ତି, ଅଶୋକ ସୁନା ଗଙ୍ଗାରାମ ପଟେଲ, ରମାକାନ୍ତ ବେହେରା, ହେମନ୍ତ ସାହୁ, ବିଜୟ ଭୋଇ, ବଲରାମା ଜାଲଓ ନଦୀ ବାଗ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ନିର୍ବାଚନ ପ୍ରକ୍ରୟାକୁ ଏମଡି. ସଲୀମ ଓ ଶାନ୍ତି ସ୍ୱରୂପ ପରିଚାଳନା କରିଥିଲେ ।

Leave A Reply

Your email address will not be published.